
ଜଗନ୍ନାଥପ୍ରସାଦ-ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପୋଲିସ ଥାନା ରେ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ୟାବଧାନରେ ସ୍ବେଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଛି।ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଙ୍କ ନିର୍ଦ୍ଦେଶ କ୍ରମେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର,ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଜଗନ୍ନାଥ ପ୍ରସାଦ ବିଡ଼ିଓ ଅନୁପ କୁମାର ପଣ୍ଡା,ତହସିଲଦାର ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉଛାହିତ କରିଥିଲେ।ଭଞ୍ଜନଗର ରକ୍ତଭଣ୍ଡାର ର କର୍ମଚାରୀ ସୁରେନ୍ଦ୍ର ମହାପାତ୍ର, ଚିତ୍ତରଞ୍ଜନ ଖଟୁଆ,ଇତିଶ୍ରୀ ତ୍ରିପାଠୀ, ଅନୀଲ ମେହେର,ବିପିନ କୁମାର ପାଣିଗ୍ରାହୀ, ନିବେଦିତା ବେହେରା,ନାରାୟଣ ପାଢ଼ୀ,ଓ ପ୍ରମୋଦ କୁମାର ପ୍ରଧାନ ପ୍ରମୂଖ ସ୍ବେଚ୍ଛାସେବୀ ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ୭୫ ରୁ ଉର୍ଦ୍ଧ ସ୍ବେଚ୍ଛାସେବୀ ସ୍ଵଇଚ୍ଛା ରେ ରକ୍ତଦାନ କରିଥିଲେ। ଥାନା ର ସମସ୍ତ କର୍ମଚାରୀ, ଦମକଳ ବାହିନୀ ର କର୍ମଚାରୀ, ରେଡ଼କ୍ରସ ଓ ଏସ.ଭି.ଓ କର୍ମକର୍ତ୍ତା ସରୋଜ କୁମାର ନାୟକ ଓ ସାଥି ମନେ ରକ୍ତ ଦାନ ଶିବିର ରେ ସହାୟତା କରିଥିଲେ
ରିପୋର୍ଟ -:ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO