-
ଏପ୍ରିଲ ୨୧ରୁ ମେ ୩୦,୨୦୨୧ ମଧ୍ୟରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଓ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକ ମଧ୍ୟରେ ୯୮.୮୭ ଲକ୍ଷ ଭାଏଲ ରେମଡିସିଭିର ଆବଂଟିତ
ନୂଆଦିଲ୍ଲୀ, ଘରୋଇ ଉତ୍ପାଦନ ବୃଦ୍ଧି ଉପରେ କ୍ରମାଗତଭାବେ ଗୁରୁତ୍ୱ ପ୍ରଦାନ ଯୋଗୁଁ କୋଭିଡ୍ ଉପଚାର ପାଇଁ ଆବଶ୍ୟକ ଔଷଧର ଯୋଗାଣ ଓ ଚାହିଦା ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇପାରିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡା କହିଛନ୍ତି ।ମନ୍ତ୍ରୀ କହିଛନ୍ତି ଯେ ୨୧ଏପ୍ରିଲରୁ ମେ ୩୦, ୨୦୨୧ ମଧ୍ୟରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଓ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ମଧ୍ୟରେ ୯୮.୮୭ଲକ୍ଷ ରେମଡିସିଭିର ଭାଏଲ ବଂଟନ କରାଯାଇଛି । ରେମଡିସିଭିର ଉତ୍ପାଦନ ଦଶଗୁଣା ବୃଦ୍ଧି କରାଯାଇଥିବାରୁ ଚାହିଦା ତୁଳନାରେ ଅଧିକ ଯୋଗାଣ କରାଯାଇପାରିଛି । ଅଧିକ ଉତ୍ପାଦନ ତ୍ୱରାନ୍ୱିତ ହୋଇଥିବା ଦୃଷ୍ଟିରୁ ଜୁନମାସ ସୁଦ୍ଧା ଆମେ ୯୧ଲକ୍ଷ ଭାଏଲ ଯୋଗାଇବା ପାଇଁ ଯୋଜନା କରିଛୁ । ଏପ୍ରିଲ ୨୫ରୁ ୩୦ ମେ’,୨୦୨୧ ମଧ୍ୟରେ ସିପଲା ୪୦ ମିଲିଗ୍ରାମ ଯୁକ୍ତ ୧୧ହଜାର ଭାଏଲ ଓ ୮୦ମିଲିଗ୍ରାମ ଯୁକ୍ତ ୫୦ହଜାର ଭାଏଲ ଟୋସିଲଜୁମାବ ଆମଦାନୀ କରିଛି । ଏହାଛଡା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୪୦୦ ମିଲିଗ୍ରାମ ଯୁକ୍ତ ୧୦୦୨ ଭାଏଲ ଓ ୮୦ମିଲିଗ୍ରାମ ଯୁକ୍ତ ୫୦,୦୨୪ ଭାଏଲ ମେ ମାସରେ ସହାୟତା ଆକାରରେ ପାଇଛି । ଜୁନ ମାସରେ ୮୦ମିଲିଗ୍ରାମ ଯୁକ୍ତ ୨୦ହଜାର ଭାଏଲ ଓ ୨୦୦ ମିଲିଗ୍ରାମ ଯୁକ୍ତ ୧୦୦୦ ଭାଏଲ ଦେଶରେ ପହଂଚିବାର କାର୍ଯ୍ୟକ୍ରମ ରହିଥିବା ସେ କହିଥିଲେ ।
ଶ୍ରୀ ଗୌଡା ଆହୁରି କହିଛନ୍ତି ଯେ, ୧୧ରୁ ମେ’ ୩୦,୨୦୨୧ ମଧ୍ୟରେ ୨, ୭୦, ୦୬୦ ଭାଏଲ ଆମ୍ଫୋଟେରିସିନ-ବି ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଓ କେନ୍ଦ୍ରୀୟ ପ୍ରତିଷ୍ଠାନ ମଧ୍ୟରେ ବଂଟନ କରାଯାଇଛି । ମେ ମାସ ପ୍ରଥମ ସପ୍ତାହରେ ପ୍ରସ୍ତୁତକାରୀଙ୍କ ଦ୍ୱାରା ଯୋଗାଯାଇଥିବା ୮୧୬୫୧ଭାଏଲକୁ ଛାଡି ଏହା ଅତିରିକ୍ତ ଯୋଗାଯାଇଥିବା ସେ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ କୋଭିଡ ଉପଚାର ନିମନ୍ତେ ଆବଶ୍ୟକ ହେଉଥିବା ଔଷଧ ଯଥା ଡେକ୍ସାମିଥାସେନ, ମିଥେନ ପ୍ରିଡେସୋଲୋନ, ନୋକ୍ସାପାରିନ୍, ଫାଭିପିରାଭିର, ଆଇଭରମେକ୍ସିନ ଭଳି ଔଷଧପତ୍ର ଉତ୍ପାଦନ ଯୋଗାଣ ଇତ୍ୟାଦି ନେଇ ମଧ୍ୟ ସପ୍ତାହିକ ସମୀକ୍ଷା ହେଉଛି ।
ସରକାର କୋଭିଡ-୧୯ ଚିକିତ୍ସା ପାଇଁ ଆବଶ୍ୟକ ସବୁ ଔଷଧପତ୍ରର ଉପଲବ୍ଧତା ନେଇ ନୂତନ ଓ ପୁରାତନ ଔଷଧ ପ୍ରସ୍ତୁତକର୍ତ୍ତାଙ୍କ ସହ ଯୋଗାଯୋଗରେ ରହିଥିବା ସହ ନିୟମିତଭାବେ ସ୍ଥିତିର ସମୀକ୍ଷା କରୁଥିବା ଶ୍ରୀ ଗୌଡା କହିଛନ୍ତି ।