-
ମୟୂରଭଞ୍ଜ: ଆଜି ଜିଲ୍ଲାରୁ ୪୮୫ ନୂଆ କରୋନା ପଜିଟିଭ ଚିହ୍ନଟ –
-
ଜୁନ ମାସର ୨ ଦିନରେ ୮୨୭ ଜଣ କୋଭିଡ଼-୧୯ ଭୁତାଣୁ ସଂକ୍ରମିତ
ବାରିପଦା– ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସର୍ବତ୍ର କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ଏହି ସମୟରେ ଜୁନ ପହିଲାରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୮,୩୯୯ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ସାଙ୍ଗକୁ ଓଡ଼ିଶାର ଚତୃର୍ଥ ସ୍ଥାନରେ ରହିଛି । ଏଥିସହିତ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୮,୯୪୬ରେ ପହଁଞ୍ଚିଛି । ସେହିପରି ଜୁନ ୧ ପର୍ଯ୍ୟନ୍ତ ଜିଲ୍ଲାରୁ ୮୯.୭୮ ପ୍ରତିଶତ ହାରରେ ୨୫,୯୮୭ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ପୂର୍ବାହ୍ନ ସୁଦ୍ଧା ୯.୮୯ ପ୍ରତିଶତ ହାରରେ ୨,୮୬୪ ଜଣ ସକ୍ରିୟ ଥାଇ , ବାଙ୍କିଶୋଳ କୋଭିଡ଼ ହସପିଟାଲ, ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼, କୋଭିଡ଼ କେୟାର ସେଣ୍ଟର ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଛନ୍ତି ଏବଂ ମେ ୨୯ ପର୍ଯ୍ୟନ୍ତ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାରୁ ୦.୩୩ ପ୍ରତିଶତ ହାରରେ ମୋଟ ୯୫ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ।