ପୁରୀରେ ଅମ୍ଳଜାନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହେଉଥିବାରୁ ଜିଲ୍ଲାପାଳ ଙ୍କୁ ଏହାର ତୁରନ୍ତ ସମାଧାନ ପାଇଁ ପୁରୀଜିଲ୍ଲା ଯୁବ ଅଧିବକ୍ତା ସଂଘ ତରଫରୁ ଏକ ଲିଖିତ ଅଭିଯୋଗ କରାଯାଇଛି |ସୂଚନା ଅନୁସାରେ ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଉତ୍ପାଦନ ହେଉଛି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟ ବାହାରକୁ ଅମ୍ଳଜାନ ପଠାଉଥିବା ନଜର ରହିଛି |କିନ୍ତୁ ଦୁଃଖ ଓ ପରିତାପର ବିଷୟ ଗତ କିଛିଦିନ ମଧ୍ୟରେ ଯକ୍ଷ୍ମା ହସ୍ପିଟାଲରେ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଅମ୍ଳଜାନ ଅଭାବରୁ ପୁରୀରେ ପ୍ରାୟ ୪-୫ ଜଣ ରୋଗୀ ମୃତ୍ୟୁ ବରଣ କରିଛନ୍ତି |ଗୁରୁତର ରୋଗୀଙ୍କୁ ଅମ୍ଳଜାନ ଦେବାରେ ଡାକ୍ତରଖାନା ରେ କେତେକ କର୍ମଚାରୀ ଅବହେଳା କରୁଥିବା ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି |ଆପଣଙ୍କୁ ମଧ୍ୟ ଏ ସମ୍ପର୍କରେ ଗତ ମଇ ୨୪ ତାରିଖ ଦିନ କେତେକ ବ୍ୟକ୍ତି ଟୁଇଟର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ବା କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ |ଅମ୍ଳଜାନ ଅଭାବ ହେତୁ ଓ ଗୁରୁତର ରୋଗୀଙ୍କୁ ଅମ୍ଳଜାନ ଦେବାରେ ବିଳମ୍ବ କରୁଥିବା କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ପର୍ଯ୍ୟାପ୍ତ ଭାବରେ ପୁରୀରେ ଅମ୍ଳଜାନ ଯୋଗାଇ ଦେବାପାଇଁ ପୁରୀଜିଲ୍ଲା ଯୁବ ଅଧିବକ୍ତା ସଂଘ ତରଫରୁ ଆବାହକ ଅନିଲ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ ଏବଂ ସଙ୍ଘର ସୁଧୀର ମିଶ୍ର,ଦେବାଶିଷ ଦାଶ, ବିଭୁଦତ୍ତ ପଟ୍ଟନାୟକ, ମନୋଜ ମହାପାତ୍ର ପ୍ରମୁଖ ଦାବୀ କରିଛନ୍ତି |
Related Stories
November 24, 2024
November 24, 2024