-
କରୋନା ସ୍ଥିତି ନେଇ କଲେ ସମୀକ୍ଷା

ଭୁୁବନେଶ୍ୱର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନବରଙ୍ଗପୁର ଓ ଜୟପୁର ଗସ୍ତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସେମାନେ ଏକ ସ୍ୱତନ୍ତ୍ର ହେଲିପକ୍ଟରରେ ପ୍ରଥମେ ନବରଙ୍ଗପୁର ଗସ୍ତ କରିଛନ୍ତି । ଜିଲ୍ଲାରେ କରୋନା ସ୍ଥିତିନେଇ ସର୍କିଟ ହାଉସରେ ଏକ ବୈଠକ କରିଛନ୍ତି । ଏଠାରେ ନବରଙ୍ଗପୁର ଜିଲ୍ଲାପାଳ, ଏସପି ଏବଂ ନବରଙ୍ଗପୁର ସିଡିଏମଓ ଙ୍କ ସହ ଆଲୋଚନା କରିଥିଲେ । ପରେ ଉଭୟେ ନବରଙ୍ଗପୁର କୋଭିଡ ହସ୍ପିଟାଲ ଯାଇ ସ୍ଥିତି ଦେଖିଥିଲେ । ।
ନବରଙ୍ଗପୁର ଜିଲ୍ଲାରେ ଖୁବ ଶୀଘ୍ର ୬ଶହ ନମୁନା ପରୀକ୍ଷା କରିବା ସହ ଦୁଇମାସ ଭିତରେ ଅକ୍ସିଜେନ୍ ପ୍ଲାଂଟ କରିବାକୁ ଯୋଜନା ରହିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଏହାପରେ ଦୁଇ ଅଧିକାରୀ ଜୟପୁର ଗସ୍ତ କରିଛନ୍ତି । ଏଠାରେ ମଧ୍ୟ କୋଭିଡ ସ୍ଥିତି ନେଇ ସମୀକ୍ଷା କରିବା କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO