ଉତ୍କଳ ବିଦ୍ୱତ ପରିଷଦ ତରଫରୁ ଶ୍ରୀମନ୍ଦିର ପରିସରରେ ଥିବା ମୁକ୍ତିମଣ୍ଡପ ଏବଂ ପଣ୍ଡିତସଭାର ପାଞ୍ଚଶହରୁ ଉର୍ଦ୍ଧ ପଣ୍ଡିତ ବ୍ରାହ୍ମଣ ମାନଙ୍କୁ କରୋନା ମହାମାରୀ ସମୟରେ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି |ଉତ୍କଳ ବିଦ୍ୱତ ପରିଷଦ ତରଫରୁ ଅଧ୍ୟକ୍ଷ ଶ୍ରୀ ମନୋଜ ରଥ ଉଲ୍ଲେଖ କରିଛନ୍ତି ଯେକୁଶଳୀ ରଣନୀତି କରୋନା ମହାମାରୀ ସହିତ ଲଢ଼େଇରେ ଆପଣ ଫଳପ୍ରଦ ହୋଇଛନ୍ତି।ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ, ଶ୍ରୀମନ୍ଦିର ସେବକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ, ସମ୍ବାଦିକଙ୍କୁ କରୋନା ଯୋଦ୍ଧା ଘୋଷଣା ସହ ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଣ ଭଳି ଅନେକ ପଦକ୍ଷେପ ଏହି ମହାମାରୀ ସମୟରେ ନିଶ୍ଚିତଭାବେ ପ୍ରଶଂସାଯୋଗ୍ୟ ।ହେଲେ ପଣ୍ଡିତ ବ୍ରାହ୍ମଣ ମାନଙ୍କୁ ଅଣଦେଖା କରାନଯାଇ ନିମ୍ନଲିଖିତ ସହାୟତା ପ୍ରଦାନ କରାଯାଉ..
୧. ଶ୍ରୀମନ୍ଦିର ପରିସରରେ ଥିବା ମୁକ୍ତିମଣ୍ଡପ ଏବଂ ପଣ୍ଡିତସଭାର ପାଞ୍ଚଶହରୁ ଉର୍ଦ୍ଧ ପଣ୍ଡିତ ବ୍ରାହ୍ମଣ ଯେଉଁମାନେଶ୍ରୀମନ୍ଦିର ଉପରେ ନିର୍ଭରଶୀଳ, କରୋନା କଟକଣା ଯୋଗୁଁ ଆର୍ଥିକ ଅନଟନ ଭିତରେ ଗତି କରୁଛନ୍ତି, ସେମାନଙ୍କୁଚିହ୍ନଟ କରାଯାଇ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କଲେ ସେମାନଙ୍କର ଅଭାବଅନଟନ ଦୂର ହୋଇପାରନ୍ତା ।
୨. ଶ୍ରୀମନ୍ଦିର ବାଇଶି ପାହାଚରେ ଶ୍ରାଦ୍ଧ କରାଉଥିବା ବ୍ରାହ୍ମଣମାନେ ଶ୍ରୀମନ୍ଦିର ବାଇଶି ପାହାଚରୁ ବେଦଖଲ ହୋଇଛନ୍ତି ।ସେମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବିଭିନ୍ନ ସ୍ଥାନରେ ଶ୍ରାଦ୍ଧକର୍ମାଦି ସମ୍ପାଦନ କରୁଥିଲେ । ବର୍ତ୍ତମାନ କରୋନାକଟକଣାରେ ସେମାନଙ୍କ ଅବସ୍ଥା ମଧ୍ୟ ଦୟନୀୟ । ସେମାନଙ୍କୁ ଚିହ୍ନଟ କରାଯାଇ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କଲେ ଭଲ ହୁଅନ୍ତା ।
୩. ଓଡ଼ିଶା ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ଥିବା ପ୍ରମୁଖ ମନ୍ଦିରଗୁଡ଼ିକରେ କରୋନା କଟକଣା ଯୋଗୁଁଭକ୍ତ ସମାଗମ ନ ହେବା ଫଳରେ ସେଠାର ଅନେକ ସେବକ, ପୂଜକମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କଲେ ଭଲ ହୁଅନ୍ତା ।ଉତ୍କଳର ଗୌରବମୟ ପରମ୍ପରାରେ ଶାସକମାନେ ବ୍ରାହ୍ମଣ, ପଣ୍ଡିତମାନଙ୍କର ବିଶେଷ ଯତ୍ନ ନେଉଥିଲେ ।କାରଣ ସେମାନଙ୍କୁ ସମାଜର ଶିରୋଭାଗ ବୋଲି ବିବେଚନା କରାଯାଉଥିଲା । ତଦନୁରୂପ ଆପଣଙ୍କ ଶାସନ କାଳରେଏହି ମହାମାରୀ ସମୟରେ ବ୍ରାହ୍ମଣ, ପଣ୍ଡିତ, ପୂଜକମାନଙ୍କୁ ସହଯୋଗ ରାଶି ପ୍ରଦାନ କଲେ ଏକ ଉଜ୍ଜଳମୟ ଇତିହାସ ସଂରଚନା ହେବ ।