ବାରିପଦା, ୟସ ବାତ୍ୟାକୁ ନେଇ ଜିଲ୍ଲାରେ ଗତ ମଇ ୨୫ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ ରହିବା ପରେ ୨୮ ତାରିଖରୁ ପୁଣି ଥରେ କୋଭିଡ଼-୧୯ ପରୀକ୍ଷା ଆରମ୍ଭ ହୋଇଥିଲା ଏବଂ ଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୭,୧୮୮ କରୋନା ପଜିଟିଭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ନୂଆ ୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୬,୮୯୨ରେ ପହଁଚିଛି । ସେହିପରି ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ଜିଲ୍ଲାରୁ ୮୪.୪ ପ୍ରତିଶତ ହାରରେ ୨୨,୯୭୨ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ୧୫.୧୪ ପ୍ରତିଶତ ହାରରେ ୩,୮୨୫ ଜଣ ସକ୍ରିୟ ଥାଇ ହୋମ ଆଇସୋଲେସନ, କୋଭିଡ଼ କେୟାର ସେଂଟର, କୋଭିଡ଼ ହସପିଟାଲ, ବାରିପଦା ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼ ଓ କଟକ-ଭୁବନେଶ୍ୱର ଆଦିରେ ଚିକିତ୍ସା ହେଉଛନ୍ତି । ସେହିପରି ମଇ ୨୭ ତାରିଖ ମଧ୍ୟରେ କୋଭିଡ଼-୧୯ ଭୂତାଣୁରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାରୁ ମୋଟ୍ ୯୫ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସେହିପରି କେବଳ ଚଳିତ ମଇ ମାସର ୨୯ ଦିନରେ ଜିଲ୍ଲାରୁ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ୯,୮୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୮ ଦିନରେ ୭,୫୫୯ ଜଣ ସୁସ୍ଥ ହୋଇ ଫେରିଛନ୍ତି ।
Related Stories
May 4, 2024