ନୂଆଦିଲ୍ଲୀ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଦିନ ଦେଶର ସ୍ଥଳ ସେନା ମୁଖ୍ୟ ବିପିନ ରାଓତଙ୍କ ସହ କଥାବାର୍ତା ହୋଇ ଜାମ୍ମୁ କାଶ୍ମୀରର ତଙ୍ଗଧାର ସେକ୍ଟରରେ ପାକିସ୍ତାନୀ ସେନା ଦ୍ୱାରା ଯୁଦ୍ଧ ବିରତି ଉଲ୍ଲଂଘନ ଓ ଭାରତ ଦ୍ୱାରା ପାକ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ଦ୍ୱାରା କରା ଯାଇଥିବା ଆକ୍ରମଣ ସମ୍ପର୍କରେ ସୂଚନା ନେଇଥିବା ଜଣା ପଡିଛି ।
ସୂତ୍ରଙ୍କ ଅନୁସାରେ ଟେଲିଫୋନରେ ଏହି କଥାବାର୍ତା ବେଳେ ପ୍ରତିରକ୍ଷା ମନ୍ତ୍ରୀ ସମସ୍ତ ତଥ୍ୟ ନେବା ସହ ପରବର୍ତୀ ସ୍ଥିତି ସମୟରେ ଅବଗତ କରିବା ଜାରୀ ରଖିବାକୁ ସେ ଜେନେରାଲ ରାବତଙ୍କୁ କହିଛନ୍ତି । ସେ ଏହି ପ୍ରସଙ୍ଗ ଉପରେ ସମ୍ପୂର୍ଣ ନଜର ରଖିଥିବା ଶ୍ରୀ ସିଂହ କହିଛନ୍ତି ।