
-
ବାତ୍ୟା ସତର୍କ ସୂଚନା ପାଇଁ ଟେଲିଯୋଗାଯୋଗ ନେଟୱର୍କର ବ୍ୟାପକ ଉପଯୋଗ

ଏଥିସହିତ ପ୍ରଥମ ଥର ପାଇଁ ଭଏସ୍ ଆଲର୍ଟ ମେସେଜ୍ ପ୍ରେରଣ କରାଯାଇଥିଲା । ଟେଲିଯୋଗାଯୋଗ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆଉଟବାଉଣ୍ଡ ଡାଏଲର (ଓବିଡି)କୁ ଉପଯୋଗ କରି ଟେଲି ଯୋଗାଯୋଗ ସେବା ପ୍ରଦାନକାରୀମାନେ ଏହି ମେସେଜ୍ ପଠାଇଥିଲେ । ସ୍ଥାନୀୟ ଭାଷାରେ ମୋଟ୍ ୬୦ ଲକ୍ଷରୁ ଅଧିକ ଉପଭୋକ୍ତା (ପଶ୍ଚିମବଙ୍ଗରେ ୩୬.୫ ଲକ୍ଷ ଏବଂ ଓଡ଼ିଶାରେ ୨୧.୫ ଲକ୍ଷ)ଙ୍କୁ ଓବିଡି ଜରିଆରେ ସତର୍କ କରାଯାଇଥିଲା । ଟେଲି ଯୋଗାଯୋଗ ସେବା ପ୍ରଦାନକାରୀମାନେ ସମ୍ପୂର୍ଣ୍ଣ ମାଗଣାରେ ଏହି ଜନସମ୍ପର୍କ କାର୍ଯ୍ୟକୁ ସମ୍ପାଦନ କରିଥିଲେ ।
ବାତ୍ୟା ଯୋଗୁ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର, ବାଙ୍କୁଡ଼ା, ଦକ୍ଷିଣ ୨୪ ପରଗଣା ଓ ଝାରଗ୍ରାମ ଜିଲ୍ଲା ଏବଂ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ପ୍ରଭାବିତ ହୋଇଛନ୍ତି ।
ବାତ୍ୟା ପୂର୍ବରୁ ଟେଲି ଯୋଗାଯୋଗ ବିଭାଗର ସଚିବ ସ୍ତରୀୟ ସମୀକ୍ଷା ଓ ପୁନରୁଦ୍ଧାର ପଦକ୍ଷେପ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଆଜି ସକାଳେ ଓ ସନ୍ଧ୍ୟାରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉପରୋକ୍ତ ବୈଠକରେ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ (ରିଲାଏନ୍ସ, ଜିଓ, ଏୟାରଟେଲ, ଭୋଡ଼ାଫୋନ-ଆଇଡିଆ ଓ ବିଏସଏନଏଲ) ଏବଂ ଭିତ୍ତିଭୂମି ଯୋଗାଣକାରୀ (ଏଟିସି, ଇଣ୍ଡସ, ଆସେଣ୍ଡ, ଟାୱାର ଭିଜନ ଏବଂ ସୁମିତ ଡିଜିଟାଲ) ଓ ସେମାନଙ୍କର ସହଯୋଗୀ ଟାଇପା ମଧ୍ୟ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଠାରୁ ନିୟମିତ ମତାମତ ସଂଗ୍ରହ କରାଯାଇଥିଲା । ନିମ୍ନୋକ୍ତ ଜିଲ୍ଲାଗୁଡ଼ିକରେ ଟେଲି ଯୋଗାଯୋଗ ସଚିବଙ୍କ ଦ୍ୱାରା ଆନ୍ତଃସର୍କଲ ରୋମିଂ (ଆଇସିଆର) ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ପଶ୍ଚିମବଙ୍ଗ- ପଶ୍ଚିମ ମେଦିନାପୁର, ବାଙ୍କୁଡ଼ା, ଦକ୍ଷିଣ ୨୪ ପରଗଣା ଓ ଝାରଗ୍ରାମ ଜିଲ୍ଲା ।
ଓଡ଼ିଶା- ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ।
ଏହାଫଳରେ ଉପଭୋକ୍ତା/ଗ୍ରାହକମାନେ ବିନା କୌଣସି ଅତିରିକ୍ତ ଶୁଳ୍କରେ ସେମାନଙ୍କ ଅଂଚଳରେ ଯେଉଁ ଟେଲିଯୋଗାଯୋଗ ନେଟୱର୍କ ଉପଲବ୍ଧ ରହିବ ତାହାର ସୁବିଧା ନେଇପାରିବେ । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ୧୦୦୦ରୁ ଅଧିକ ଅପ୍ଟିକାଲ ଫାଇବର ଦଳ ଓ ମରାମତି ଦଳକୁ ନିୟୋଜିତ କରାଯାଇଥିଲା ।
ବିଏସଏନଏଲର ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାସ୍ତରରେ ନିୟୋଜିତ କରାଯାଇଥିଲା ଯେଉଁମାନେ ଜିଲ୍ଲାପାଳମାନଙ୍କ ସହିତ ସମନ୍ୱୟ ରକ୍ଷା କରିଥିଲେ । ରାଜ୍ୟ ରାଜଧାନୀରେ ଟେଲି ଯୋଗାଯୋଗ ବିଭାଗର ବରିଷ୍ଠ ଅଧିକାରୀ ଓ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ କର୍ତ୍ତୃପକ୍ଷମାନେ ରାଜ୍ୟ ନୋଡାଲ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା କରିଥିଲେ । ଟେଲି ଯୋଗାଯୋଗ ବିଭାଗ ଦ୍ୱାରା ଉତ୍ତମ ସମନ୍ୱୟ ମାଧ୍ୟମରେ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ ଏବଂ ଭିତ୍ତିଭୂମି ସେବା ପ୍ରଦାନକାରୀଙ୍କ ମିଳିତ ପ୍ରୟାସ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ନେଟୱର୍କର ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଛି । କ୍ଷୟକ୍ଷତି ସର୍ବନିମ୍ନସ୍ତରରେ ରହିଥିଲେ ସୁଦ୍ଧା ତ୍ୱରିତ ପଦକ୍ଷେପ ଦ୍ୱାରା ସେଗୁଡ଼ିକର ମରାମତି କାର୍ଯ୍ୟ ଯଥାଶୀଘ୍ର ସମ୍ପାଦନ କରାଯିବ ।