
ପୁରୀ, ପୁରୀ ଜିଲ୍ଲାରେ ଆଜି ନୂଆ ୨୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକରୁ ୮ ଜଣ, ବ୍ରହ୍ମଗିରିରୁ ୧୩ ଜଣ, ଡ଼େଲାଙ୍ଗ ବ୍ଲକରୁ ୯, ଗୋପ ବ୍ଲକରୁ ୪୯, କାକଟପୁର ବ୍ଲକରୁ ଜଣେ ଏବଂ କଣାସ ବ୍ଲକରୁ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କୃଷ୍ଣପ୍ରସାଦ ବ୍ଲକରୁ ୭ ଜଣ, ନିମାପଡ଼ା ବ୍ଲକରୁ ୧୫ ଜଣ, ନିମାପଡ଼ା ବିଜ୍ଞାପିତ ଅଂଚଳରୁ ୩ ଜଣ, ପିପିଲି ବ୍ଲକରୁ ୩୦ ଜଣ, ପିପିଲି ବିଜ୍ଞାପିତ ଅଂଚଳରୁ ୧୫ ଜଣ, ପୁରୀ ସଦର ବ୍ଲକରୁ ୨୬ ଜଣ ଏବଂ ପୁରୀ ପୌରାଚଂଳରୁ ସର୍ବାଧିକ ୫୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁରୂପ ଭାବେ ସତ୍ୟବାଦୀ ବ୍ଲକରୁ ୨୩ ଜଣ ଓ ଅନ୍ୟ ଜିଲ୍ଲାରୁ ଆସି ପୁରୀ ଜିଲ୍ଲାରେ ରହିଥିବା ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗତକାଲି ୪୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO