
ବାରିପଦା/କେନ୍ଦୁଝର, ବାତ୍ୟା ୟାସ୍ ପ୍ରଭାବରେ ଗତକାଲି ଶିମିଳିପାଳ ଅଭୟାରଣ୍ୟ ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇଛି । କେନ୍ଦୁଝରର ତୁରୁମୁଙ୍ଗା ପୋଲ ଉପରେ ଆଜି ସକାଳ ଠାରୁ ତିନି ଫୁଟ୍ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ କେନ୍ଦୁଝର- ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି । ଏହି ଜାତୀୟ ରାଜପଥ ବମ୍ବେ ଓ କଲିକତାକୁ ସଂଯୋଗ କରୁଛି ।
ବାତ୍ୟା ପ୍ରଭାବରେ କାଁ ଭାଁ କେଉଠି ଗଛ ଭାଙ୍ଗି ପଡିଛି । ବିଦ୍ୟୁତ ତାର ଛିଡିଛି । କେତେକ ସ୍ଥାନରେ ଚାଳ ଛପର ଉଡାଇ ନେଇଛି ବାତ୍ୟା । ଅନ୍ୟପକ୍ଷରେ ଆଜି ମଧ୍ୟାହ୍ନ ସୁଦ୍ଧା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ସ୍ୱାଭାବିକ୍ ହୋଇଛି ।