
ମାଲକାନଗିରି ,ମାଲକାନଗିରି ଜିଲାରେ ଆଜି ପୁଣି ୧ 0୩ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ୬ 0 ୩ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ୬ ୬ ୭ ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା ୯ 0୭ ଥିବାବେଳେ ମୃତ୍ୟ ସଂଖ୍ୟା ୨ ୯ ରହିଛି!ଆଜି ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର ଦୁର୍ଗାଗୁଡ଼ି ସାହି, ବସ ଷ୍ଟାଣନିକଟରୁ, ୧ ୧ ୯ କଲୋନୀ, ତଳସାହି, କୁମୁଟିଗୁଡା, ନୂତନ ବ୍ଲକ କଲୋନୀ, ଡ଼ି ଏନ କେ ମେନ ରୋଡ, ଆରଟିଓ ଅଫିସ ନିକଟରୁ,ରିକଲ୍ଲାମେଶନ କଲୋନୀ, ଓ ଲାଠିଆଗୁଡା ରୁ ୨ 0 ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ଚାଲାଣ ଗୁଡା, ଝରାପାଲି, ଶିଖପାଲି,ପାଣ୍ଡ୍ରିପାଣି, ପଦ୍ମଗିରି ,ତଣ୍ଡାପାଲି, ଗଙ୍ଗଲା , ମାର୍କାପାଲି ପଞ୍ଚାୟତ ରୁ ୧ ୯ ଜଣ!କୋରୁକୋଣ୍ଡା ବ୍ଲକର ନୀଳାକାମ୍ବେରୁ, ପୋଟରେଲ ଓ ଚିତାପାର ପଞ୍ଚାୟତରୁ ୫ ଜଣ!ମାଥିଲି ବ୍ଲକର ମାଥିଲି ଓ ଉଦୁଲିବେଡା ପଞ୍ଚାୟତରୁ ୧ 0 ଜଣ!ଖଇରପୁଟ ବ୍ଲକର ଗୋବିନ୍ଦପାଲି, କୁଡୁମୁଲୁଗୁମା, ପରକନମାଳା, କଦମଗୁଡା, ଓ ଖଇରପୁଟ ପ ଞ୍ଚାୟତରୁ ୧ ୨ ଜଣ!କାଲିମେଳା ବ୍ଲକର ବଡିଗଟା, କୋଇମେଟଲା ,କାଲିମେଳା, ଚିତ୍ରାଙ୍ଗପାଲି, , ମାନ୍ଦାପାଲି,ପୁସୁଗୁଡା, ନାଲଗୁଣ୍ଠି, ଓ ଲୁଗେଲ ପଞ୍ଚାୟତରୁ ୧ ୭ ଜଣ!ପଡିଆ ବ୍ଲକର ବାପନପାଲି, ଶିମିଳିବାଞ୍ଛା,ପଡିଆ, ଗିରକାନପାଲି, ଓ କାଲଦା ପାଲି ପଞ୍ଚାୟତ ରୁ ୧ ୩ ଜଣ! ଚିତ୍ରକୋଣ୍ଡା ବ୍ଲକର ସଦର ପଞ୍ଚାୟତ ଓ ଟନେଲ କ୍ୟାମ୍ପ ପଞ୍ଚାୟତରୁ୫ ଜଣ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୧ 0, ଓ ୬ ରୁ ୨ ଜଣ ଚିହ୍ନଟ ହୋଇଛନ୍ତି! ଚି଼ହ୍ନଟ ସଂକ୍ରମିତ ଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଅଛନ୍ତି! ଚି଼ ହ୍ନଟମାନେ କ୍ଲିନିକା ଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!ଜିଲ୍ଳାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ପାର କରୁଥିବାରୁ ଏହା ଜିଲ୍ଲାପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO