
ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ‘ୟାସ୍’ ବାତ୍ୟା ସମୟରେ ଏବଂ ତା’ର ପରବର୍ତୀ ସମୟରେ ପ୍ରଭାବିତ ଚାଷୀ ଓ ସାଧାରଣ ଲୋକଙ୍କୁ ସହାୟତା, ସଚେତନ, ସାହାଯ୍ୟ, ରିଲିଫ୍ ବଂଟନ ଏବଂ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଟାକ୍ସଫୋର୍ସ କମିଟି ଗଠନ କରିଛନ୍ତି । ଉକ୍ତ କମିଟିରେ ସାଇ ପ୍ରସାଦ ପାତ୍ର, ବିଶ୍ୱନାଥ ଦାସ, ନରେନ୍ଦ୍ର ପାଇଟାଳ, ବିଜୟ କୁମାର ସ୍ୱାଇଁ, ପ୍ରେମାନନ୍ଦ ସ୍ୱାଇଁ, ଦିଲ୍ଲୀପ କୁମାର ବେହେରା, ଭୀମସେନ ପ୍ରଧାନ, କାର୍ତିକ ଚନ୍ଦ୍ର ପରିଡ଼ା, ସୁରେନ୍ଦ୍ର ସାହୁ, ଇଂ ଅରବିନ୍ଦ ସାମଲ, ତାପଷ ରଞ୍ଜନ ମିଶ୍ର, ନିମାଇ ଚରଣ ଜେନା, ରମେଶ ଚନ୍ଦ୍ର ଦଳାଇ, କେ. ଶ୍ୟାମ ସୁନ୍ଦର ଦୋରା, ବସନ୍ତ କୁମାର ସ୍ୱାଇଁ, ପଦ୍ମ ଚରଣ ସାହୁଙ୍କୁ ସଦସ୍ୟ ଭାବରେ ରଖିଥିବା ବେଳେ ଜିଲ୍ଲା କିଷାନ କଂଗ୍ରେସ ସଭାପତି ବାଲେଶ୍ୱର- ନିରଞ୍ଜନ ବେହେରା, ଭଦ୍ରକ- ନର ନାରାୟଣ ଜେନା, କେନ୍ଦ୍ରାପଡ଼ା- ମହେନ୍ଦ୍ର କୁମାର ପରିଡ଼ା, ଜଗତସିଂହପୁର- ନିତ୍ୟାନନ୍ଦ ପଣ୍ଡା, ପୁରୀ- ଭଗବାନ ଜେନା, ଗଞ୍ଜାମ- ବୃନ୍ଦାବନ ଖଟେଇ, ଯାଜପୁର- କିଶୋର ଜେନା, କଟକ- ସଦାନନ୍ଦ ଓଝା, ଖୋର୍ଦ୍ଧା- କ୍ଷୀରୋଦ କୁମାର ବେହେରାଙ୍କୁ ଜିଲ୍ଲା ଟାକ୍ସଫୋର୍ସ କମିଟିର ସଭାପତି ଭାବେ ରହିଛନ୍ତି । ପ୍ରକାଶ ଥାଉକି ବିଭିନ୍ନ ଜିଲ୍ଲାର ସବିଶେଷ ସୂଚନା ଓ ତଥ୍ୟ ସମୟକୁ ସମୟ କମିଟିର ସଦସ୍ୟମାନେ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କୁ ଅବଗତ କରିବା ପାଇଁ ଅନୁରୋଧ କରାଯାଇଛି । ଯାହା ଫଳରେ ସାଧାରଣ ଲୋକଙ୍କୁ ସହଯୋଗ ଓ ସହାୟତା କରିବାରେ ବିଭିନ୍ନ ଜିଲ୍ଲା ଓ ବ୍ଳକସ୍ତରର ପ୍ରଶାସନ ବିଶେଷ କରି କୃଷି ଓ ତତ୍ସଲଗ୍ନ କୃଷି ବିଭାଗର ପଦାଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସହାୟକ ହୋଇ ପାରିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO