ଭୁବନେଶ୍ୱର, ବର୍ଷା ଋଚ୍ଛୁରେ ବି୍ରଜ୍ ଧୋଇ ହୋଇଗଲା । ଯାହାଫଳରେ ଗମନାଗମନରେ ବାଧା ସୃଷ୍ଟି ହେବା ସହ ଲୋକଙ୍କର ଜୀବନ ଜୀବିକାରେ ମଧ୍ୟ ସମସ୍ୟା ଦେଖାଦେଇକ୍ତି । ବି୍ରଜ୍ ପୁନଃ ନିର୍ମାଣ ପାଇଁ ଦାବି କରିବା ସତ୍ୱେ କାର୍ଯ୍ୟକାରୀ ହେଉନାହିଁ । ଏହା ହେଉଛି ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ପନେ୍ଦାପଡ଼ା ପଂଚାୟତର ବଣ୍ଡକାଗୁଡ଼ା ଗ୍ରାମବାସୀଙ୍କ ଦୁଃଖ । ଆଭ୍ୟନ୍ତରୀଣ ଅଂଚଳର ଗ୍ରାମଗୁଡ଼ିକର ମଧ୍ୟରେ ଯୋଗାଯୋଗର ସୁବ୍ୟବସ୍ଥା ପାଇଁ ରାସ୍ତା ନିର୍ମାଣ ଦିଗରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କୁହାଯାଉଥିବାବେଳେ ତିନି କିଲୋମିଟର ରାସ୍ତା ଯୋଗାଯୋଗ ବ୍ୟବସ୍ଥା କିପରି ବିଚ୍ଛିନ୍ନ ହୋଇପଡ଼ିଛି ତାହା ଜନ ପ୍ରତିନିଧି କିମ୍ବା ପ୍ରଶାସନର ନଜରକୁ କିପରି ଆସିପାରୁ ନାହିଁ ବୋଲି ଅଂଚଳବାସୀ ପ୍ରଶ୍ନ ଉଙ୍ଖାଇଛନ୍ତି । ପନେ୍ଦାପଡ଼ା ପଂଚାୟତର ପୁଟିଆଗୁଡ଼ା ଠାରୁ ବଣ୍ଡକାଗୁଡ଼ା ମଧ୍ୟ ଭାଗରେ ରହିଥିବା ଏକ ପାହାଡ଼ି ନାଳ ଯେଉଁ ବି୍ରଜ୍ ତିଆରି କରାଯାଇଥିଲା, ଲଗାଣ ବର୍ଷାରେ ତାହା ଧୋଇ ହୋଇଯିବା ଫଳରେ ବଣ୍ଡକାଗୁଡ଼ା ଗ୍ରାମବାସୀମାନେ ଏକ ପ୍ରକାର ବିଚ୍ଛିନ୍ନାଂଚଳର ଦୁର୍ଦ୍ଧଶା ଭୋଗ କରୁଛନ୍ତି । ଏହି ରାସ୍ତାରେ ହିଁ ସେମାନଙ୍କ ଜୀବନ ଜୀବିକାର ଏକମାତ୍ର ମାଧ୍ୟମ ରହିଥିଲା । ଏହି ରାସ୍ତା ଦେଇ ଗ୍ରାମବାସୀମାନେ ବିଭିନ୍ନ କାର୍ଯ୍ୟ ଉପଲକ୍ଷେ ପଂଚାୟତ ସଦର ମହକୁମାକୁ ଯାଉଥିଲେ । ବିଶେଷକରି ପ୍ରତି ମାସରେ ମିଳୁଥିବା ରାସନ୍ ଏବଂ ଭତା ପାଇଁ ପନେ୍ଦାପଡ଼ାକୁ ଯିବାପାଇଁ ଯେଉଁ ରାସ୍ତା ଉପରେ ସେମାନେ ନିର୍ଭର କରୁଥିଲେ । ତାହା ବନ୍ଦ ହୋଇଯିବା ଫଳରେ ଗ୍ରାମବାସୀଙ୍କ ସମସ୍ୟା ବଢ଼ିଯାଇଛି । ଏହି ରାସ୍ତା ଦେଇ ଅଟୋ ଚଳାଚଳ କରୁଥିବାରୁ ପ୍ରାୟତଃ ସମସ୍ତେ ସୁବିଧାରେ ଯାତାୟାତ କରୁଥିଲେ । ବର୍ତମାନ ଯାନବାହନ ତ ଦୂରର କଥା, ପାଦରେ ଚାଲି ଚାଲି ଯିବା ପାଇଁ ଭଙ୍ଗା ବି୍ରଜ୍ ବାଧକ ସାଜିଛି । ସେହିଭଳି ଛାତ୍ରଛାତ୍ରୀମାନେ ସ୍କୁଲକୁ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଯିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିଲେ । ବାଲିଗାଁ ଠାରେ ରହିଥିବା ବ୍ୟାଙ୍କକୁ ମଧ୍ୟ ଯିବାପାଇଁ ବିକଳ୍ପ ରାସ୍ତା ନାହିଁ । ଜରୁରୀକାଳୀନ ସେବା ପାଇଁ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ଯାଇପାରୁ ନାହିଁ । ଏଣୁ ଏହି ବି୍ରଜ୍ର ପୁନଃ ନିର୍ମାଣ ସହ ବଣ୍ଡକାଗୁଡ଼ା ଠାରୁ ପୁଟିଆଗୁଡ଼ା ଯାଏ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ପାଇଁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନେ୍ଦାଳନ ପନ୍ଧା ଆପଣାଇବେ ବୋଲି ମଧ୍ୟ ଧମକ ଦେଇଛନ୍ତି । ସେପଟେ ବିଡିଓ ଅଭିମନୁ୍ୟ କବି ଶତପଥୀ ଉକ୍ତ ସମସ୍ୟାଟି ପଂଚାୟତ ସମିତି ପରିସରରେ ନାହିଁ କିନ୍ତୁ ଜିଲ୍ଲାପାଳ ଓ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି ।