
ପୁରୀ, ସଟ୍ ଡାଉନ ଯୋଗୁଁ ଦୋକାନ ହୋଟେଲ ସବୁ ବନ୍ଦ ରହିଛି l ପୁରୀ ସହରରେ ବୁଲା କୁକୁର, ଗାଈଗୋରୁ ଓ ନିରାଶ୍ରୟ ବ୍ୟକ୍ତି ମାନେ ଖାଇବା ପିଇବା ପାଇଁ ବହୁତ ଅସୁବିଧା ଭୋଗୁଥିଲେ l ସାମାଜିକ ଅନୁଷ୍ଠାନ ଦି ମିରରର ସଭାପତି ସଞ୍ଜୟ କୁମାର ପ୍ରଧାନଙ୍କ ନେତୃତ୍ବରେ ପ୍ରତି ଶନିବାର ଓ ରବିବାର ଦିନ ବୁଲା କୁକୁର, ଗାଈଗୋରୁ ଓ ନିରାଶ୍ରୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବଂଟନ କରିଥିଲେ l ଏହି ପରିପ୍ରେକ୍ଷୀରେ ସାଲେପୁରର ରାନୀ (ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ) ଅଭିନେତ୍ରୀ ତାଙ୍କ ଜନ୍ମଦିନକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି l ସେ ଦି ମିରର ଅନୁଷ୍ଠାନ ସହ ମିଶି ଏହି ନିରାଶ୍ରୟ ବ୍ୟକ୍ତି ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ l ସମାଜସେବି ତଥା ସାମ୍ବାଦିକ ସୁବ୍ରତ କୁମାର ଦାସ, ଦେବେନ୍ଦ୍ର ପ୍ରଧାନ, ଅନିଲ ସାହୁ, ରବିନାରାୟଣ ପୃଷ୍ଟି, ଦୀପକ ଗୁପ୍ତା, ସନ୍ଦୀପ ପ୍ରଧାନ, ସୌମ୍ୟନ୍ଦ୍ର ନାୟକ, କେଶବ ବାରିକ, ସନ୍ତୋଷ ମହାନ୍ତି, ପ୍ରଭାସ ପ୍ରଧାନ ପ୍ରୋଦସ ପ୍ରଧାନ ଓ ନାରାୟଣ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ହିମାଂଶୁ ଶେଖର ପ୍ରଧାନ, ପ୍ରମୋଦ ରାୟ ଓ ହେମନ୍ତ ସାହୁ ଏଥିରେ ସହଯୋଗ କରିଥିଲେ l
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO