କେନ୍ଦ୍ରାପଡ଼ା, କେନ୍ଦ୍ରାପଡାରେ ବାତ୍ୟା ୟସ୍ ପାଇଁ ଦୋକାନ ଖୋଲିବାର ସମୟ ୨ଦିନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃଦ୍ଧି କରାଯାଇଛି । କୋଭିଡ-୧୯ କରୋନା ମହାମାରୀ ପାଇଁ ସକାଳ ୭ଟା ରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ଯିବାର ସମୟ ଥିବାବେଳେ ବାତ୍ୟା ୟସ୍ ପାଇଁ ଏହି ସମୟକୁ ଜିଲ୍ଲା ପ୍ରଶାସନ ୨ଦିନ ପାଇଁ ବୃଦ୍ଧି କରି ଦିନ ୧ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ କେବଳ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦୋକାନ ଗୁଡିକ ଖୋଲା ରହିବ ବୋଲି ପୈାର ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯଇଛି ।