ପୁରୀ, ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅପରାହ୍ନରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବ । ଏଥି ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି । ପୂଜାର୍ଚ୍ଚନା ପାଇଁ ଚାଳି ନିର୍ମାଣ ସହ ଚାରିପଟକୁ ବ୍ୟାରିକେଟ କରାଯାଇଛି । ତିନୋଟି ଆଜ୍ଞାମାଳ ତିନି ମୁଖ୍ୟ ମହାରଣା ଗ୍ରହଣ କରିବା ପରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ପରେ ପରେ ଶ୍ରୋତିୟ ବ୍ରାହ୍ମଣ ମାନେ ପଚଂବିଧି ଉପଚାରରେ ତିନି ରଥ କାଠକୁ ପୂଜାର୍ଚ୍ଚନା କରିବେ । ପୂଜାର୍ଚ୍ଚନା ପରେ ତିନି ରଥର ମହାରଣା ସୁନା ଓ ରୂପା କୁରାଢ଼ୀରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ । ଆସନ୍ତାକାଲିଠାରୁ ରଥ ଖଳାରେ ରଥ ନିର୍ମାଣରେ ବିଶ୍ୱକର୍ମା ମହାରଣା ମାନେ ନିୟୋଜିତ ହେବେ । କୋଭିଡ଼୍ କଟକଣାକୁ ଅନୁପାଳନ କରି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।