
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାରେ ମାଓବାଦୀ ମାନେ ଜଣେ ଡ଼ି ଆର ଜି ଯବାନଙ୍କୁ ଅପହରଣ କରିନେଇ ଗଳାକାଟି ହତ୍ୟା କରିଛନ୍ତି!ମିଳିଥିବା ସୂଚନା ଅନୁଯାୟୀ ସୁକୁମା ଜିଲ୍ଲା ଦରନାପାଲ ଥାନା ଅନ୍ତର୍ଗତ ପେଟା ଗାଁ ର ଡ଼ି ଆର ଜି ଯବାନ ବେଟି ଭୀମା ଗତକାଲି ନିଜ ଘରକୁ ଯାଇଥିଲେ !ମାଓବାଦୀ ମାନେ ଏହା ଜାଣିବା ପରେ ରାତିରେ ପ୍ରାୟ ୧ ୫ ଜଣ ତାଙ୍କ ଘରକୁ ଯାଇ ସେ ଶୋଇଥିବାବେଳେ ପରିବାର ଲୋକଙ୍କୁ ମାରପିଟ କରି ତାଙ୍କୁ ସାଙ୍ଗରେ ଅପହରଣ କରିନେଇ ଗାଁ ମୁଣ୍ଡରେ ଗଳାକାଟି ହତ୍ୟା କରିଥିଲେ!ଆଜି ସକାଳୁ ପରିବାର ଲୋକ ମୃତ ଦେହକୁ ଘରକୁ ଆଣିଥିଲେ!ଖବର ପାଇଁ ଦରନାପାଲ ରୁ ପୋଲିସ ଘଟଣା ସ୍ଥଳକୁ ଯାଇଥିବା ଜଣାପଡିଛି!