କଟକ – ଶୁକ୍ରବାର ବିଳମ୍ବିତ ରାତିରେ କଟକ ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ମହାଜନପୁର ଗ୍ରାମରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ କମିଶନରେଟ ପୋଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ସେଠାରୁ ବିପୁଳ ପରିମାଣର ବାଣ, ବିସ୍ଫୋରକ, ଲୁହା ଗୁଣ୍ଡ, ବାରୁଦ ଆଦି ସାମଗ୍ରୀ ଜବତ କରିଛି ପୋଲିସ । ଜବତ ସାମଗ୍ରୀର ମୂଲ୍ୟ ୫୦ ଲକ୍ଷରୁ ଉଦ୍ଧ୍ୱର୍ ହେବ ବୋଲି ଜଣାପଡିଛି । ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଅଟକ ରଖିଛି । ସମ୍ପୃକ୍ତ ଅଂଚଳରେ ବିନା ଲାଇସେନ୍ସରେ ବାଣ ତିଆରି କରାଯାଉଥିବା ସମ୍ପର୍କରେ କୌଣସି ଏକ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ୧୦ ଜଣ ବରିÂ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ୍ ୪ ପ୍ଲାଟୁନ ଫୋର୍ସ ସହାୟତାରେ ଏହି ଚଢ଼ଉ କରିଥିଲେ ।
Related Stories
October 25, 2024