
ଭୁବନେଶ୍ୱର, ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୧୮ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୨୧୫ ହୋଇ ଯାଇଛି । ଗତକାଲି କରୋନାରେ ରାଜ୍ୟରେ ୧୭ ଜଣଙ୍କ ଜୀବନ ଯାଇଥିଲା । ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁୁଗୁଳ ଜିଲ୍ଲାରୁ ୪ ଜଣ, ଖୋର୍ଧା ଜିଲ୍ଲାରୁ ୩ ଜଣ, କଳାହାଣ୍ଡି, ରାୟଗଡା ଓ ସୁନ୍ଦରଗଡରୁ ୨-୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ବୌଦ୍ଧ, ଦେବଗଡ, ଗଜପତି, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଅନୁଗୁଳ ଜିଲ୍ଲାର ଜଣେ ୮୩ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେହିପରି ଏହି ଜିଲ୍ଲାର ଜଣେ ୬୫ ବର୍ଷୀୟ ପୁରୁଷ, ଜଣେ ୬୦ ବର୍ଷୀୟ ପୁରୁଷ ତଥା ଅନ୍ୟ ଜଣେ ୪୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ଭୁବନେଶ୍ୱରର ଜଣେ ୭୭ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ, ଜଣେ ୮୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଧା ଜିଲ୍ଲାର ଜଣେ ୨୬ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।ସେହିପରି କଳାହାଣ୍ଡି ଜିଲ୍ଲାର ଜଣେ ୩୯ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ତଥା ଜଣେ ୨୯ ବର୍ଷୀୟ ଅନ୍ୟ ଜଣେ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ପ କ୍ଷରୁ ସୂଚନା ଦିଆ ଯାଇଛି । ମାଲକାନଗିରି ଜିଲ୍ଲାର ଜଣେ ୬୦ ବର୍ଷୀୟା ମହିଳା କରୋନା ଆକ୍ରାନ୍ତ. ବୌଦ୍ଧ ଜିଲ୍ଲାର ଜଣେ ୪୫ ବର୍ଷୀୟା ମହିଳା କରୋନା ଆକ୍ରାନ୍ତ, ଦେବଗଡ ଜିଲ୍ଲାର ଜଣେ ୪୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ପୁରୀ ଜିଲ୍ଲାର ଜଣେ ୫୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ରାୟଗଡା ଜିଲ୍ଲାର ଜଣେ ୭୭ ବର୍ଷର୍ୀୟ ପୁରୁଷ କରୋନା ସଂକ୍ରମିତ ଓ ଜଣେ ୪୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ଘଟିଛି । ସୁନ୍ଦରଗଡର ଜଣେ ୫୩ ବର୍ଷୀୟ କରୋନା ସଂକ୍ରମିତ ପୁରୁଷ ତଥା ଜଣେ ୫୫ ବର୍ଷୀୟ ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO