-
10 ବରିଷ୍ଟ ନାଗରିକ ଙ୍କୁ ପୋଲିସ ସାହାଯ୍ୟ

ପୁରୀ, ଆଜି ଦଶ ଜଣ ବରିଷ୍ଟ ନାଗରିକ ଙ୍କୁ ପୁରୀ ପୋଲିସ ଘରେ ପହଁଚି ସାହାଯ୍ୟ ଓ ସହଯୋଗ କରିଛି l ଯେଉଁ ମାନଙ୍କ ଘରେ ସାଁବାଳକ ବ୍ୟକ୍ତି ନ ଥିବେ ସେହି ବରିଷ୍ଟ ନାଗରିକ ମାନଙ୍କୁ ପୋଲିସ ସାହାଯ୍ୟ କରିବ l ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ହେଲ୍ପ ଲାଇନ ନମ୍ବର -6370972100 ଜାରି ହୋଇଛି l ବରିଷ୍ଟ ନାଗରିକ ଫୋନ କରିବାବେଳେ ନୋଡାଲ ଅଧିକାରୀ ମିସ ଏମ. ଶତପଥି ସେମାନଙ୍କ ଅଭିଯୋଗ ଶୁଣିବା ପରେ ପୋଲିସ ପଠାଇ ସାହାଯ୍ୟ ସହଯୋଗ କରିଛନ୍ତି l ଏସ. ପି କେ. ଵିଶାଲ ସିଂ ଙ୍କ ନିର୍ଦେଶ କ୍ରମେ ବରିଷ୍ଟ ନାଗରିକ ଙ୍କୁ ପୋଲିସ ସହଯୋଗ କରୁଛି l ପୁରୀ ପୋଲିସ ର ଏଭଳି କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା କରାଯାଇଛି l