ଭୁବନେଶ୍ୱର – ପରୀକ୍ଷା ସମୟରେ ଟ୍ରେନରେ ଭିଡ଼ ପାଇଁ ପରୀକ୍ଷାର୍ଥୀମାନଙ୍କ ପାଇଁ ପୂର୍ବତଟ ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ ର ବ୍ୟବସ୍ଥା କରିଛି । ପୂର୍ବରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ·ଲୁ କରାଯାଇଥିବା ବେଳେ ଗତକାଲି ପୁରୀରୁ ଟାଟାନଗର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଗଡ଼ିଥିଲା । ଆଜି ପୁଣି ଥରେ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ପୁରୀ-ରାୟପୁରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ କରିବ ।
ଶନିବାର ସଂନ୍ଧ୍ୟା ୭ଟାରେ ଟ୍ରେନ୍ ଟି ପୁରୀ ରେଳ ଷ୍ଟେସନ ଛାଡ଼ିବା ସହ ଭୁବନେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଟିଟିଲାଗଡ଼ ଦେଇ ଯାତ୍ରା କରିବ । ଏଥିରେ ୧୨ଟି ଜେନେରାଲ କୋଚ୍ ଥିବା ବେଳେ ପରୀକ୍ଷାର୍ଥୀମାନେ ଜେନେରାଲ ବୁକିଂ କାଉଂଟର ବା ନିଜ ଫୋନ ଜରିଆରେ ଟିକେଟ ବୁକ୍ କରି ପାରିବେ । ପୁରୀ-ରାୟପୁର ସହ ପୁରୀ-ଦୁର୍ଗ ଇଂଟରସିଟି ଏrପ୍ରେସରେ ମଧ୍ୟ ଦୁଇଟି ଜେନେରାଲ କୋଚ୍ କୁ ସାମିଲ କରାଯାଇଛି ।
ବିଭିନ୍ନ ପରୀକ୍ଷା ସମୟରେ ରାଜ୍ୟ ବାହାରକୁ ପରୀକ୍ଷାର୍ଥୀମାନେ ଯିବା ସହ ବାହାରୁ ପରୀକ୍ଷାର୍ଥୀମାନେ ଓଡ଼ିଶା ଅ ।ସିଥାନ୍ତି । ଯେଉଁଥି ପାଇଁ ଟ୍ରେନରେ ପ୍ରବଳ ଭିଡ଼ ହେତୁ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିପାଇଁ ପୂର୍ବତଟ ରେଳବାଇ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି ।