
ମାଲକାନଗିରି, ବର୍ତ୍ତମାନ କରୋନା ଯୋଗୁଁ ଲକଡାଉନ ଚାଲିଛି!ତେଣୁ ବିଦେଶୀ ମଦ ଦୋକାନ ବନ୍ଦ ରହି ଥିବାରୁ ସବୁ ଆଡେ ଦେଶୀ ମଦର ଚାହିଦା ଢେର ବଢିଯାଇଛି!ମଦୁଆ ମାନେ ଲକ ଡାଉନ କୁ ଖାତିର ନକରି ଦେଶୀ ମଦ ପିଇବା ପାଇଁ ଗାଁ ଗୁଡିକରେ ଭିଡ଼ ଲଗାଉଥିବା ଦେଖିବାକୁ ମିଳିଛି!ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବାଡ଼ା ପଞ୍ଚାୟତ ର ଗୋଲାପୀଗୁଡା, କାମାରଗୁଡାରେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ଖବର ପାଇଁ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ ଙ୍କ ନେତୃତ୍ୱ ରେ ଏସ ଆଇ କ୍ରିଷ୍ଟ ସେବକ ବାଘ, ଏ ଏସ ଆଇ ରାଜେନ୍ଦ୍ର ପାଙ୍ଗି, କନେଷ୍ଟବଳ ପ୍ରକାଶ ଖରା, ହୋମଗାର୍ଡ ମଳୟ ଦୀପ ଓ ଭୀମ ବାଘ ପ୍ରମୁଖ ଉକ୍ତ ଭାଟି ଗୁଡିକ ଉପରେ ଚଢ଼ାଉ କରି ୧ ୮ 00କେଜି ମଦ ପୋଚ ଓ ୬ 00ଲିଟର ମଦ ଜବତ କରି ସେଠାରେ ନଷ୍ଟ କରିଥିଲେ!ପୋଲିସକୁ ଦେଖି ସେଠାରେ ମଦ ପ୍ରସ୍ତୁତ କରୁଥିବା ଲୋକ ମାନେ ଧାଇଁ ପଳାଇଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO