
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ଓ ଶ୍ରୀ ଅରବିନ୍ଦ ଦର୍ଶନର ମହାନ ପ୍ରବକ୍ତା ପଦ୍ମଭୂଷଣ ମନୋଜ ଦାସ ଙ୍କ ପବିତ୍ର ଏକାଦଶାହ ଅବସରରେ ସାରସ୍ୱତ ଅନୁଷ୍ଠାନ “ଅଭିନନ୍ଦନିକା “ପକ୍ଷରୁ ୱେବିନାର ମାଧ୍ୟମରେ ଏକ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସାହିତ୍ୟିକା ଡକ୍ଟର ତୁଳସୀ ଓଝା ଅଧ୍ୟକ୍ଷତା କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ କବି ଡକ୍ଟର ଚିତ୍ତରଞ୍ଜନ ମିଶ୍ର,ଡକ୍ଟର ଦିଲ୍ଲୀପ କୁମାର ସ୍ୱାଇଁ, ନିର୍ମଳ ଚନ୍ଦ୍ର ମିଶ୍ର, ଅଧ୍ୟାପକ ପ୍ରସନ୍ନ କୁମାର ନନ୍ଦ, ସନ୍ୟାସୀ ନାୟକ, ଲକ୍ଷ୍ମୀକାନ୍ତ ଦଳେଇ, ଶୈଳବାଳା ମହାପାତ୍ର, ସୁଚେତା ମିଶ୍ର, ମଧୁସୂଦନ ଦାଶ, ଦେବୀ ପ୍ରସନ୍ନ ନନ୍ଦ, ବୀରେନ୍ଦ୍ର ମହାନ୍ତି, ସଦାଶିବ ମିଶ୍ର ପ୍ରମୁଖ ସ୍ମୃତି ଚାରଣ କରିଥିଲେ |ଓଡ଼ିଆ ସାହିତ୍ୟ, ଭାରତୀୟ ସାହିତ୍ୟ ଓ ବିଶ୍ୱ ସାହିତ୍ୟ ରେ ସେ ଥିଲେ ଜଣେ ବିଶେଷ ଅତୁଳନୀୟ ବ୍ୟକ୍ତିତ୍ୱ, ଓଡ଼ିଆ ତଥା ଜାତୀୟ ଚେତନା ର ଜଣେ ପ୍ରମୁଖ ପ୍ରତିନିଧି |ତାଙ୍କ ଚିନ୍ତନ ଆମକୁ ସବୁବେଳେ ଆମକୁ ଉଦବୁଦ୍ଧ କରିଆସିଛି |ସେ ଓଡ଼ିଆ ସାହିତ୍ୟିକ ମାନଙ୍କର ଜଣେ ସମର୍ଥ ପଥ ପ୍ରଦର୍ଶକ ଥିଲେ |ତାଙ୍କ ବିୟୋଗରେ ଭାରତୀୟ ସାହିତ୍ୟରେ ଯେଉଁ ଅପୂରଣୀୟ କ୍ଷତି ହେଲା, ତାହା ନିକଟରେ ପୂରଣ ହୋଇପାରିବ ନାହିଁ |ସେ କେବଳ ସାହିତ୍ୟିକ ନ ଥିଲେ, ଦିବ୍ୟ ଚେତନାର ପ୍ରବକ୍ତା ଥିଲେ |ଶବ୍ଦ, ଭାଷା ଓ ଭାବରେ ତାଙ୍କର ଅତୁଳନୀୟ ବିଜ୍ଞତା ରହିଥିଲା |ଭାରତୀୟ ସାହିତ୍ୟ ଏକ ଅମୁଲ୍ୟ ରତ୍ନ ହରାଇଲା ବୋଲି ପ୍ରକାଶ କରିଥିଲେ |ଏହି ଅବସରରେ ଭାରତୀୟ ଭାଷାର ଯଶସ୍ବୀ ସାରସ୍ୱତ ସାଧକ ତଥା ପ୍ରଜ୍ଞାପୁରୁଷ ସ୍ବର୍ଗତ ମନୋଜ ଦାସଙ୍କୁ ରାଜ୍ୟ ସରକାର ଉଚିତ ସଂମ୍ମାନ ଦେଇଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଅର୍ପଣ କରାଯାଇଥିଲା |ପ୍ରାରମ୍ଭରେ ଆମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଛି |ଏହି ସ୍ମୃତି ଚାରଣ କାର୍ଯ୍ୟକ୍ରମକୁ “ଅଭିନନ୍ଦନିକା “ର ପ୍ରତିଷ୍ଠାତା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ପରିଚାଳନା କରିଥିଲେ |କୋଭିଡ କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମ ୱେବିନାରରେ ଆୟୋଜିତ ହୋଇଥିଲା |