ଭଦ୍ରକ – ସମାଜରେ ଥିବା ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ଯୋଜନା ପ୍ରଣୟନ କରୁଛନ୍ତି । ଆବଶ୍ୟକ ମୁତାବକ ଭତା, ଚାଉଳ, ପକ୍କାଗୃହ ସମେତ କମ୍ ସୁଧହାରରେ ବ୍ୟାଙ୍କଋଣ ମଧ୍ୟ ପ୍ରଦାନ କରାଯାଉଛି । ମାତ୍ର ଏହାର ଏକ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି ଭଦ୍ରକ ଜିଲା ତିହିଡି ବ୍ଲକ୍ର ଅଚକ ପଂଚାୟତ ଅଧୀନସ୍ଥ ଉତରବାହ ଗ୍ରାମରେ । ଏହି ଗ୍ରାମରେ ଦର୍ଶନ ମଲ୍ଲିକଙ୍କ ଦିବ୍ୟାଙ୍ଗ ପତ୍ନୀ ରମାମଣି(୬୩) ବିଗତ ଦେଢବର୍ଷ ଧରି ଭତା ଓ ଅନ୍ତୋର୍ଦୟ ଯୋଜନାରେ ସାମିଲ ହେବା ନେଇ ବ୍ଲକ୍ ପ୍ରଶାସନ ଠାରେ ଆବେଦନ କରିଥିଲେ । ମାତ୍ର ସେଠାରୁ ସେ ନିରାଶ ହେବା ପରେ ବିଭାଗୀୟ ରାଜ୍ୟ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ । କମିଶନରଙ୍କ ଏସ୍ସିପିଡି କେଶ୍ ନଂ. ୩୯୩/୧୮ ମୂଳେ ବ୍ଲକ୍ ପ୍ରଶାସନକୁ କୈଫିୟତ ତଲବ କରାଯାଇଥିଲା । ତେବେ ରମାମଣୀ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିନଥିବା ଦର୍ଶାଯାଇଥିବା ବିଷୟ ବ୍ଲକ୍ ପ୍ରଶାସନ ପକ୍ଷରୁ ଉତର ମିଳିବା ପରେ ଏବେ ପ୍ରତିକି୍ରୟା ପ୍ରକାଶ ପାଇଛି । ବ୍ଲକ୍ କାର୍ଯ୍ୟାଳୟରୁ ସୂଚନା ପାଇବା ପରେ ଆବେଦନକାରିଣୀ ରମାମଣୀ ପୁନର୍ବାର ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ଗତ ୪ ତାରିଖ ଦିନ କମିଶନରଙ୍କ ପକ୍ଷରୁ ପୁନର୍ବାର ବ୍ଲକ୍ ପ୍ରଶାସନକୁ ଆଗାମୀ ୩୧ ତାରିଖ ମଧ୍ୟରେ ତାଙ୍କୁ ନ୍ୟାୟ ପ୍ରଦାନ ଲାଗି ନିଦେ୍ର୍ଧଶ ଜାରି ହୋଇଛି । ଏ ନେଇ ଦିବ୍ୟାଙ୍ଗ ରମାମଣୀ ବିଡିଓଙ୍କୁ ଭେଟି ଭତା ଓ ଚାଉଳ ଦାବି କରିବା ପରେ କମିଶନରଙ୍କ ନିଦେ୍ର୍ଧଶ ମୁତାବକ ବ୍ଲକ୍ ପ୍ରଶାସନ ପକ୍ଷରୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ଅନ୍ୟପକ୍ଷେ ଦିବ୍ୟାଙ୍ଗ ମହିଳାଙ୍କୁ ସରକାରୀ ସୁବିଧା ପ୍ରଦାନ କରାଯିବାରେ ବିଳମ୍ବ କରିଥିବା କର୍ମଚାରୀଙ୍କ ସଂପର୍କରେ ତଦନ୍ତ କରାଯିବ ବୋଲି ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Related Stories
October 25, 2024