
ଆଜି ସକାଳ ୭ଟା ମଧ୍ୟରେ ୨୩,୩୫,୮୨୨ ସେସନରେ ମୋଟ ୧୫,୮୯,୩୨,୯୨୧ ଜଣଙ୍କୁ ଟିକା ଦିଆଯାଇଛି । ଏହା ମଧ୍ୟରେ ୯୪,୪୮,୨୮୯ ଜଣ ସ୍ୱାସ୍ଥ୍ୟ କର୍ମୀ (ଏଚସିଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍, ୬୨,୯୭,୯୦୦ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୩୫,୦୫,୮୭୭ ଜଣ ଆଗଧାଡ଼ିର କର୍ମୀ (ଏଫଏଲଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍, ୭୨,୬୬,୩୮୦ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮-୪୪ ବର୍ଷ ବର୍ଗର ୪,୦୬,୩୩୯ ଜଣଙ୍କୁ ପ୍ରଥମ ଡୋଜ୍, ୪୫ରୁ ୬୦ ବର୍ଷ ବୟସ ମଧ୍ୟରେ ୫,୩୦,୫୦,୬୬୯ ଜଣଙ୍କୁ ପ୍ରଥମ ଡୋଜ୍, ୪୧,୪୨,୭୮୬ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୫,୨୮,୧୬,୨୩୮ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୧୯,୯୮,୪୪୩ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
ଦେଶରେ ହୋଇଥିବା ମୋଟ ଟିକାକରଣର ୬୬.୯୪% ଟିକା ଦିଆଯାଇଛି ୧୦ ରାଜ୍ୟରେ ।
ଟିକାକରଣ ଅଭିଯାନର ୧୦୮ତମ ଦିବସ(୩ ମେ ୨୦୨୧)ରେ ୧୭,୦୮,୩୯୦ଡୋଜ୍ ଟିକା ଦିଆଯାଇଛି ।
୧୨,୭୩୯ ସେସନରେ ୮,୩୮,୩୪୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୮,୭୦,୦୪୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।