ଭୁୂୂବନେଶ୍ୱର, ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତାମାନଙ୍କ ଉପରେ ଟିଏମସିର ହିଂସା ବିରୋଧରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପବାସ ସହ ଧାରଣା ଦେଇଛନ୍ତି । ସେ ବାଲେଶ୍ୱର ଜିଲ୍ଲାର ନୀଳଗିରିସ୍ଥିତ ବାସଭବନରେ ଧାରଣା ଦେଇଛନ୍ତି । ସେ କହିଛନ୍ତି ଯେ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରି ମମତା ବାନାର୍ଜୀ ଗଣତନ୍ତ୍ରର ମୌଳିକ ଅଧିକାରକୁ ହତ୍ୟା କରିଛନ୍ତି ଆଗାମୀ ଦିନରେ ପଶ୍ଚିମବଙ୍ଗବାସୀଙ୍କୁ ତୃଣମୂଳ କଂଗ୍ରେସ କେଉଁ ପ୍ରକାରର ଶାସନ ଦେବାକୁ ଯାଉଛି ତାହା ଏଥିରୁ ପ୍ରତିଫଳିତ ହୋଇଛି । ଦେଶର କୌଣସି ଅଂଚଳରେ ଏଭଳି ହିଂସା କଳ୍ପନାଯୋଗ୍ୟ ନୁହେଁ ।