ପୁରୀ, ପୁରୀ ଜିଲ୍ଲାରେ ଆଜି ନୂଆ ୪୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ଏହାକୁ ମିଶାଇ ୫ ଦିନ ମଧ୍ୟରେ ଜିଲ୍ଲାରୁ ମୋଟ୍ ୨୨୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ପ୍ରକାଶ ଥାଉକି, ଗତକାଲି ଅର୍ଥାତ୍ ୩ ତାରିଖରେ ୫୩୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ୨ ତାରିଖରେ ଜିଲ୍ଲାରୁ ୩୦୬ ଜଣ କରୋନା । ୧ ତାରିଖରେ ଜିଲ୍ଲାରୁ କରୋନା ଦ୍ୱିତୀୟ ଲହରରେ ସର୍ବାଧିକ ୫୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଅନୁରୂପ ଭାବେ ଗତ ୩୦ ତାରିଖରେ ୫୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ୫ ଦିନ ମଧ୍ୟରେ ପୁରୀ ଜିଲ୍ଲାରୁ ୨୨୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ୫ ଦିନ ମଧ୍ୟରେ ଏତେ ମାତ୍ରାରେ ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।