
ଗଞ୍ଜାମ, ବ୍ରହ୍ମପୁର ଅବକାରୀ ଡ଼େପୁଟି କମିଶନର ଶାନ୍ତନୁ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଫାଷ୍ଟ ଗେଟ୍ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଟାଟା ଏସି ଗାଡ଼ି ଦୃତ ଗତିରେ ଆସୁଥିବା ଦେଖି ଅବକାରୀ ଟିମ୍ ଏହାକୁ ଅଟକାଇଥିଲା । ଯାଂଚ୍ ପରେ ଗାଡ଼ି ଡାଲାରୁ ୧୫ ପେଟି ବିଦେଶୀ ମଦ ଜବତ ହୋଇଥିଲା । ଅବକାରୀ କର୍ମଚାରୀ ମାନେ ଗାଡ଼ି ଯାଂଚ୍ କରିବା ସହ ଗାଡିରେ ଥିବା ଦୁଇ ଜଣଙ୍କୁ ଗିରଫ କରିଥିଲେ । ସେମାନେ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ କାଳୁ ପାତ୍ର ସାହିର ଶିବଶଙ୍କର ପଣ୍ଡା ଓ ଶ୍ରୀଧର ସାହୁ । ଅଧିକ ଜେରା ପରେ ଏହା ନକଲି ମଦ ବୋଲି ଅଭିଯୁକ୍ତ ଦ୍ୱୟ ସ୍ୱୀକାର କରିଥିଲେ । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ମଦ ତିଆରି କରାଯାଉଥିବା ସେମାନେ ସୂଚନା ଦେଇଥିଲେ । ସୂଚନାକୁ ଭିତି କରି ଅବକାରୀ ଟିମ୍ ଶ୍ରୀକ୍ଷେତ୍ର ବିହାରସ୍ଥିତ ଭଡ଼ାଘରେ ଚାଲିଥିବା ନକଲି ମଦ ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରିଥିଲା । ଘର ଯାଂଚ୍ ପରେ ସେଠାରୁ ପ୍ରାୟ ୧ ହଜାର ଲିଟର ସ୍ପିରିଟ୍, ୧୨୯ ଲିଟର ନକଲି ମଦ, ୫୦୦୦ ଠିପି, ୫୦୦୦ ଲେବଲ୍, ୫୦୦୦ ଷ୍ଟିକର୍ ଓ ବିପୁଳ ପରିମାଣର ବୋତଲ ଜବତ ହୋଇଥିଲା । ସ୍ପିରିଟ୍ ସହ ପାଣି, ରଙ୍ଗ ଓ ଆସେନ୍ସ ବ୍ୟବହାର କରି ନକଲି ମଦ ପ୍ରସ୍ତୁତ ହେଉଥିଲା ବୋଲି ଅବକାରୀ ବିଭାଗ ଜାଣିବାକୁ ପାଇଥିଲା । ଏ ସମସ୍ତ ସାମଗ୍ରୀ କୋଲକାତାରୁ ଆସୁଥିଲା । ବ୍ରହ୍ମପୁରରେ ନକଲି ମଦ ପ୍ରସ୍ତୁତ କରି ତାହା ଫୁଲବାଣୀ, ରାୟଗଡ଼ା ଅଂଚଳର ବିଭିନ୍ନ ଇଲାକାକୁ ବସ୍ ଯୋଗେ ଚାଲାଣ କରାଯାଉଥିବା ଜଣାପଡିଛି । ଅଭିଯୁକ୍ତ ମାନେ ୧୮୦ ମିଲିଲିଟର ମଦ ବୋତଲ ପ୍ରସ୍ତୁତ କରିବା ପାଇଁ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ୭୦ ଟଙ୍କା ଲାଭ ରଖି ପ୍ରାୟ ୧୦୦ ଟଙ୍କାରେ ବିକ୍ରୀ କରୁଥିବା ଜଣାପଡିଛି । ଜବତ ଗାଡ଼ି ଓ ସାମଗ୍ରୀର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ପୂର୍ବରୁ ମଧ୍ୟ ଅବକାରୀ ବିଭାଗ ଏପରି ଏକ ନକଲି ମଦ କାରବାର ଠାବ କରିଥିଲା ।ଏହି ଚଢ଼ଉରେ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକଟର ଉଦୟ ଚନ୍ଦ୍ର ସାମନ୍ତ, ଏସଆଇ ବିଶ୍ୱଜିତ ଦାଶ, ଏସଆଇ ସଞ୍ଜୟ କୁମାର କାଣ୍ଡି, ଏଏସଆଇ ବ୍ରଜବିହାରୀ ନାୟକ ପ୍ରମୁଖ ସାମିଲ୍ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO