
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସ ଚିଲିକା ନିକଟବର୍ତି ସମଲ ଗ୍ରାମରେ ଚଢ଼ଉ କରି ବେଆଇନ ଦେଶି ମଦ ବୋଝେଇ ଦୁଇଟି ଅଟୋକୁ ଜବତ କରିଛି । ଏହି ଦୁଇଟି ଅଟୋରେ ୩୦ ବସ୍ତା ଦେଶି ମଦ ଚାଲାଣ ହେଉଥିଲା । ତେବେ ପୋଲିସକୁ ଦେଖି ଦୁଇ ଅଟୋ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଏହି ଦେଶି ମଦ ଗୁହାରିଆ ପାଟ ଗ୍ରାମରୁ ଚିଲିକା ଦେଇ ପାରିକୁଦ ଯିବାକୁ ଯୋଜନା ହେଉଥିଲା । ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଓ ତାଙ୍କ ଟିମ୍ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ ।