
ଭୁବନେଶ୍ୱର, ମଙ୍ଗଳବାର ଦିନ ଟିକା ଅଭାବରୁ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାକରଣ ହେଉନାହିଁ । ଏନେଇ କେବଳ ୧୨୩ଟି କେନ୍ଦ୍ରରେ ଟିକାକରଣ ଚାଲିଛି ।ରାଜ୍ୟରେ କୋଭିସଲ୍ଡ ଟିକାର ଉକ୍ରଟ ଅଭାବ ଦେଖା ଦେଇଛି । ରାଜ୍ୟରେ ଆଜି ସୁଦ୍ଧା ୧୯ ହଜାର ୯୦୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ କୋଭାକ୍ସିନ ରହିଛି ୩ଲକ୍ଷ ୧୫ ହଜାର ୫୩୦ ଡୋଜ । ରାଜ୍ୟରେ ଏପର୍ଯ୍ୟନ୍ତ ୫୯ ଲକ୍ଷ ୪ ହଜାର ୩୧୪ ଜଣ ଟିକା ନେଇ ସାରିଲେଣି । ଅନ୍ୟ ପକ୍ଷରେ ଆଜି ୧ଲକ୍ଷ କୋଭିସିଲ୍ଡ ଟିକା ଆସିବ ବୋଲି ସୂଚନା ମିଳିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO