ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ର ଯୁବ ନେତା ଆଲୋକ କୁମାର ଦାଶ ନିଜ ମତ ପ୍ରକାଶ କରିଛନ୍ତି ଯେ ମୁଁ ପୁରୀ ସହର , ରାଜ୍ୟ ଓ ଭାରତ ବର୍ଷ ର ଖବର ଦେଖିଲେ ଚିନ୍ତା କରୁଛି ଯାହା ପ୍ରତ୍ୟକ ଦିନ ଜଳୁଥିବା ନିଆଁ ଆଉ କମିବ କି ନାହିଁ ! ସେହି ମଧ୍ୟ ରେ ଆମେ କହୁଥିବା କରୋନା ଯୋଦ୍ଧା ଯାହାକୁ ଅଣଦେଖା କରାଯାଉଛି | ମୋ ଅନୁଯାଇ ସାମ୍ବାଦିକ ଭାଇ ଯିଏ କି ଜନତା ଙ୍କୁ ଖବର ଦେଖେଇବା ସହ କରୋନା କୁ ଭୟ ନକରି ଖବର ସଂଗ୍ରହ କରିଚାଲିଛନ୍ତି ଓ ଆମକୁ କରୋନା ରୁ ବଞ୍ଚିବା ପାଇଁ ସମସ୍ତ ଜାଗୃତ ଆୱାର କରାଉଛନ୍ତି |ସାମ୍ବାଦିକ ଙ୍କ ଏହି ଲଢେଇ ରେ ସରକାର ତାଙ୍କୁ ଅଣଦେଖା କରୁଛି କାହିଁକି ଏହାର ଅର୍ଥ ବୁଝିପାରୁନି କେତେଯେ ସାମ୍ବାଦିକ ଙ୍କ ଜୀବନ ବି ନେଲଣି କରୋନା ହେଲେ ସରକାର ଚୁପ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗେଇଥିବା ଯୋଦ୍ଧା ଙ୍କୁ କେବେ ମିଳିବ ହକ ? ସେହିପରି ଅନ୍ୟ ଯୋଦ୍ଧା ଅନୁଯାଇ ବସ ତଥା ଅନ୍ୟ ପରିବହନ ମଟର କର୍ମଚାରୀ ଯିଏ ନିଜ ଚିନ୍ତା ନକରି ପରିବାର ଚିନ୍ତା ରେ ଜୀବନ କୁ ପାଣିଛଡ଼େଇ ଦେଇଛନ୍ତି ଏବଂ ଜନତା ଙ୍କ ସେବା ରେ ପରିବହନ ରେ ଲାଗିଛନ୍ତି | କେତେଯେ ଗଲାଣି ଜୀବନ ସ୍ମଂଶାନ ମୁଁହା – ତାର ହିସାବ ନାହିଁ | ନେତା ଅନୁଯାଇ ନୁହଁ ଜଣେ ସାଧାରଣ ଜନତା ଅନୁଯାଇ ମୋର ଚିନ୍ତା ସେମାନଙ୍କ ପାଇଁ ଯାହା ପାଇଁ ହେଉଛି ଅସମ୍ଭବ ବି ସମ୍ଭବ – ପରିବହନ ହେଉଛି ରାଜ୍ୟ ଓ ଭାରତ ବର୍ଷ ସାରା ତାଙ୍କ ପାଇଁ କୌଣସି ଯୋଜନା ନାହିଁ | ଯଦି ଘରେ ସଚେତନ ଅଛନ୍ତି ଜନତା ତେବେ ସାମ୍ବାଦିକ ଙ୍କ ପାଇଁ ଓ ଯଦି ଆପଣଙ୍କ ଜ଼ିଲ୍ଲା ସହର ଓ ଗାଁ ରେ ପହଞ୍ଚି ପାରୁଛି ରାସନ ପନିପରିବା ମଟର କର୍ମଚାରୀ ଙ୍କ ପାଇଁ | ଆଜି ସେମାନଙ୍କ ପରିବାର ପୋଷଣ ଚିନ୍ତା ତାଙ୍କ ଜୀବନ ନେଇଯାଉଛି | ପୂର୍ବ ପ୍ରଥମ ଲହର କରୋନା ସମୟରେ ଦାବି କରି ଅଳି କରି କିଛି ମିଳିଲା ନାହିଁ | ମୁଁ କହି ରଖିବାକୁ ଚାହେଁ; ଆଜି ଯଦି ଅକ୍ସିଜେନ କୋଉ ରାଜ୍ୟ ସହର ରେ ନାହିଁ ତେବେ ସାମ୍ବାଦିକ ଙ୍କ ଜରିଆରେ ଆମେ ଖବର ପାଇ ପାରୁଛେ ଆଉ ମଟର କର୍ମଚାରୀ ଙ୍କ ହେତୁ ସେଇ ରାଜ୍ୟ ଓ ସହର କୁ ଅକ୍ସିଜେନ ପଠିଆ ଯାଇପାରୁଛି | ଏହି ୨ ଯୋଦ୍ଧା ଙ୍କୁ ସରକାର କରୋନା ଯୋଦ୍ଧା ଘୋଷଣା କରି ତାଙ୍କ ନିମନ୍ତେ ଚିନ୍ତା ପ୍ରକଟ କରି ସେମାନଙ୍କୁ ୨୦ ରୁ ୫୦ ଲକ୍ଷ ଟଙ୍କା ର ବୀମା ଭୁକ୍ତ କରିବା ପାଇଁ ମୋର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ନିବେଦନ |
ଏହା ସହ ରାଷ୍ଟ୍ରୀୟ ଆଜତକ ର ସାମ୍ବାଦିକ ରୋହିତ ସରଦାନା ଜି ଏବଂ ପୁରୀ ର ଖୁବ ନିକଟତର ନୀଳଗିରି ମଟର କର୍ମଚାରୀ ସଂଘ ର ଜଣେ ଉପ-ସଭାପତି ପ୍ରମୋଦ ମହାନ୍ତି ଏବଂ ଜଣେ ସଂଘ ସଦସ୍ୟ ପ୍ରତାପ ମହାନ୍ତି ଙ୍କ ପରଲୋକ ରେ ପୁରୀର ଯୁବକଂଗ୍ରେସ ଯୁବନେତା ଆଲୋକ କୁମାର ଦାଶ ଗଭୀର ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଛନ୍ତି |