-
ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ନିକଟରେ ଏବେ ବି ଟିକା ଦେବା ପାଇଁ ଏକ କୋଟିରୁ ଉର୍ଦ୍ଧ୍ୱ ଟିକା ମହଜୁଦ
ନୂଆଦିଲ୍ଲୀ, କରୋନା ମହାମାରୀ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ପାଂଚଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ପରୀକ୍ଷା, ଚିହ୍ନଟ, ଉପଚାର, କୋଭିଡ ମାର୍ଗଦର୍ଶିକା ପାଳନ ଓ ଟିକାକରଣ । ଭାରତ ସରକାର ଦେଶରେ କୋଭିଡ-୧୯ ମହାମାରୀ ପରିଚାଳନାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । କୋଭିଡ ମହାମାରୀ ରୋକିବା ନିମନ୍ତେ କେନ୍ଦ୍ର ସରକାର ଅନେକଗୁଡିକ ପଦକ୍ଷେପ ନେଇଛନ୍ତି ।ଭାରତ ସରକାର ଏପର୍ଯ୍ୟନ୍ତ ପାଖାପାଖି ୧୬.୩୩ କୋଟି ଟିକା (୧୬, ୩୩, ୮୫,୦୩୦) ଆଜି ସକାଳ ୮ଟା ସୁଦ୍ଧା ତଥ୍ୟ ଅନୁସାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଯୋଗାଇ ଦେଇଛନ୍ତି । ଏପର୍ଯ୍ୟନ୍ତ ନଷ୍ଟ ହୋଇଥିବା ମାତ୍ରାକୁ ମିଶାଇ ମୋଟ ୧୫, ୩୩, ୫୬, ୫୦୩ ଟିକା ବ୍ୟବହୃତ ହୋଇଛି ।ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ନିକଟରେ ଏକ କୋଟିରୁ ଅଧିକ (୧,୦୦,୨୮,୫୨୭)କୋଭିଡ ଟିକା ଏବେ ବି ମହଜୁଦ ରହିଛି । ଏଥିସହ ଆଉ ପାଖାପାଖି ୨୦ଲକ୍ଷ (୧୯, ୮୧, ୧୧୦) ଟିକା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ନିକଟରେ ଆଗାମୀ ତିନିଦିନ ମଧ୍ୟରେ ପହଂଚିବ ବୋଲି ଜଣାପଡିଛି ।