ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଳଦାପାଲି ପଞ୍ଚାୟତର ଶତାଧିକ ଲୋକ ବିଷାକ୍ତ ଲସି ପିଇ ଅସୁସ୍ଥ ହୋଇ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଶୁକ୍ରବାର କୃତ୍ତି ଗ୍ରାମରେ ବସୁଥିବା ସାପ୍ତାହିକ ହାଟରେ ଖୋଲିଥିବା ଏକ ଲସି ଦୋକାନରୁ ଅଞ୍ଚଳର ଶତାଧିକ ଲୋକ ଲସି ପିଇଥିଲେ । ପରେ ସେମାନେ ଘରକୁ ଯାଇ ରାତିରେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହେବା ସହ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ଖବର ପାଇ ପଡିଆ ଅଗ୍ନିଶମ କର୍ମଚାରୀ ଓ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ଯାଇ ଅସୁସ୍ଥ ମାନଙ୍କୁ ମେଡିକାଲକୁ ଆଣିଥିଲେ । ଚିକିତ୍ସା ପରେ ପ୍ରାୟ ୬0 ଜଣ ପୁରୁଷ ଓ ମହିଳା ସୁସ୍ଥ ହୋଇଥିବା ଜଣାପଡିଛି । ଲସି ବିଷାକ୍ତ କାରଣ ଯୋଗୁଁ ଏପରି ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି ।
Related Stories
November 24, 2024
November 24, 2024