
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କରୋନା ମହାମାରୀର ରୂପ ନେଇଥିବା ବେଳେ ଅକ୍ସିଜେନ୍ର ଅଭାବ ଦେଖାଦେଇଛି। ତେଣୁ ଏଥିପାଇଁ ରୋଟାରୀ କ୍ଲବ ପୁରୀ ସାଗର ସହାୟତାର ହାତ ବଢ଼ାଇଛି। ଅକ୍ସିଜେନ୍ ଆବଶ୍ୟକ କରୁଥିବା ରୋଗୀଙ୍କୁ ସୁଲଭ ମୂଲ୍ୟରେ ଅକ୍ସିଜେନ୍ ଯୋଗାଣ ପାଇଁ କ୍ଲବ ପକ୍ଷରୁ ଏକ ଅକ୍ସିଜେନ୍ ସିଲିଣ୍ଡର ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ସେହିପରି କରୋନା ସଂକ୍ରମିତମାନେ ଚାଲିବା କଷ୍ଟକର ହୋଇଥିବାରୁ ଏକ ହ୍ବିଲ୍ ଚେୟାରର ମଧ୍ୟ ବ୍ୟବସ୍ଥା କରାଯାଇଛି। କ୍ଲବର ସମସ୍ତ ସଦସ୍ୟମାନଙ୍କ ସହାୟତାରେ ରୋଗୀମାନଙ୍କୁ ସୁଲଭ ମୂଲ୍ୟରେ ଅକ୍ସିଜେନ୍ ଯୋଗାଣ କରାଯିବା ପାଇଁ ନିଷ୍ପତି ହୋଇଥିଲା। ତେଣୁ ପୂର୍ବାହ୍ନ ୮ଟାରୁ ରାତ୍ରୀ ୮ ଟା ମଧ୍ୟରେ ଗୁରୁତର କରୋନା ସଂକ୍ରମିତଙ୍କୁ ବିପତ୍ତି ସମୟରେ ଅକ୍ସିଜେନ୍ ସିଲିଣ୍ଡର ସେବା ଯୋଗାଇ ଦେବା ଲକ୍ଷ୍ୟ ରଖାଯାଇଛି ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ଏଥିପାଇଁ ସଭାପତି ଯୁଧିଷ୍ଠିର ଲେଙ୍କାଙ୍କୁ ୮୯୮୪୦୦୦୧୦୦ ନମ୍ବରରେ ଏବଂ ସମ୍ପାଦକ ହିମାଂଶୁ ମୋହନ ମହାନ୍ତିଙ୍କୁ ୯୪୩୯୪୯୪୯୪୩ ନମ୍ବରରେ ଯୋଗାଯୋଗ କରିବାକୁ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଛି।