ସେପଟେ ଦୈତାରୀ ଖଣି ସଂପ୍ରସାରଣ ପାଇଁ ପଲ୍ଲୀସଭା ଆୟୋଜନ କରି ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇ ଚଞ୍ଚକତାରେ ଆଦିବାସୀଙ୍କ ଭିଟାମାଟି ଛଡ଼ାଇ ନେଇ ନିଜର କାୟା ବିସ୍ତାର କରିବା ସହ ଲାଭବାନ ହେଉଛି । ହେଲେ ଆଜି ପର୍ଯ୍ୟନ୍ତ ମାଇନ୍ସ ପ୍ରଭାବିତ ଅଞ୍ଚଳ ଗୁଡିକରେ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟ କିମ୍ବା ବିକାଶ କରାଯାଇନାହିଁ । ଦୀପ ତଳ ଅନ୍ଧାର ଭଳି ଗ୍ରାମକୁ ଲାଗିରହିଥିବା ମାଇନ୍ସର ଡ୍ୟାମରେ ବିଦ୍ୟୁତ ରହିଛି, ହେଲେ ବର୍ତ୍ତମାନ ସୁଦ୍ଧା ଗ୍ରାମକୁ ବିଦ୍ୟୁତ୍ ସଂଯୋଗ କରାଯାଇନାହିଁ । ସରକାରଙ୍କ ସୌଭାଗ୍ୟଜ୍ୟୋତି ଯୋଜନା ରହିଛି, ହେଲେ ଏମାନଙ୍କ ପାଇଁ ତାହା ଅପହଞ୍ଚ ହୋଇରହିଛି । ପାହାଡ଼ ଘେରା ଜଙ୍ଗଲ ମଧ୍ୟରେ ଏହି ଗ୍ରାମଟି ରହିଥିବା ସହ ବିଦ୍ୟୁତ ଆଲୋକ ନଥିବା କାରଣରୁ ସଂନ୍ଧ୍ୟା ହେବା ପୂର୍ବରୁ ଗ୍ରାମଟି ଜନଶୂନ୍ୟ ହୋଇଯାଇଥାଏ ।
ସେହିପରି ସ୍ବଚ୍ଛ ପାନୀୟ ଜଳ କଥା ନ କହିବା ଭଲ, କାରଣ ଅନେକ ଦୈାଡିବା ଦ୍ଵାରା ଗ୍ରାମରେ ଖଣ୍ଡିଏ ନଳକୂପ ହୋଇଛି । ସେଠାରୁ ଆଇରନ୍ ମିଶ୍ରିତ ନାଲି ପାଣି ବାହାରେ, ଯାହାକି ପିଇବା ଉପଯୋଗୀ ନୁହେଁ, ତେଣୁ ଝରଣାରୁ ଚୂଆ ଖୋଳି ସେଠାରୁ ଆବଶ୍ୟକୀୟ ପାଣି ଗ୍ରାମବାସୀ ସଂଗ୍ରହ କରିଥାନ୍ତି । ବର୍ଷ ବର୍ଷ ଧରି ଚୂଆ ପାଣି ପିଇବା ଦ୍ବାରା ଏଠାକାର ଲୋକେ ବିଭିନ୍ନ ସମୟରେ ବିଭିନ୍ନ ରୋଗର ଶୀକାର ହେଉଥିବା ଦେଖିବାକୁ ମିଳେ । ଶିକ୍ଷା କହିଲେ ଗାଁରେ ଅଙ୍ଗନୱାଡି ଓ ପ୍ରାଥମିକ ବିଦ୍ୟାଳୟଟିଏ ଅଛି, ହେଲେ ସେଠାରୁ ଉତ୍ତୀର୍ଣ୍ଣ ହେଲେ ଗମନାଗମନ ଅସୁବିଧା ଯୋଗୁ ଆଉ ଆଗକୁ ନଯାଇ ବସ୍ତାନିରେ ଡୋରୀ ବାନ୍ଧି ପାଠ ଛାଡ଼ିବା ପାଇଁ ବାଧ୍ୟ ହେଉଛନ୍ତି । ସବୁଠାରୁ ମୁଖ୍ୟ କଥା ଏଠାକାର ଲୋକେ ମରିବାକୁ ବସିଛନ୍ତି ହେଲେ ଏମାନେ ସରକାରୀ ପେନସନ ଯୋଜନାରେ ସାମିଲ୍ ହୋଇପାରିନାହାନ୍ତି । ଅନେକ ଆଦିବାସୀ ମହିଳାଙ୍କ ସ୍ବାମୀ ମରିବା ପରେ ଅନେକ ବର୍ଷ ପେନସନ ଯୋଜନାକୁ ଚାହିଁ ଚାହିଁ ନିଜେ ପ୍ରାଣ ହରାଇଥିବା ନଜରକୁ ଆସିଛି । ଏମାନଙ୍କ ମଧ୍ୟରୁ କେତେ ଜଣ ସରକାରଙ୍କ ଜଙ୍ଗଲ ଜମି ପଟ୍ଟା ପାଇଛନ୍ତି, ହେଲେ ସରକାରୀ ଆବାସ ଯୋଜନାରୁ ପକ୍କାଘର ଖଣ୍ଡେ ପାଇବାରୁ ବଞ୍ଚିତ ରହିଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଓ ଓଏମସିର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ମାଇନ୍ସ ପ୍ରଭାବିତ ଗ୍ରାମ ଗୁଡ଼ିକରେ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଜନସାଧାରଣ ଦାବି ହୋଇଛି ।
Related Stories
November 23, 2024