
ଗଞ୍ଜାମ, ସୋରଡ଼ା ବିଡ଼ିଓ ଓ ସିଏଚସିର ଜଣେ ଡ଼ାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୋରଡ଼ାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ମୋଟ୍ ୬ ଜଣଙ୍କ ସ୍ୱାବ୍ ପରୀକ୍ଷା କରାଯାଇଥିବା ବେଳେ ୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ କରୋନା ଯୋଦ୍ଧା ଥିବା ତଥା ସୋରଡ଼ା ବିଡ଼ିଓ ସୀମାଚଂଳ ମଣ୍ଡଳ ଓ ସୋରଡ଼ା ଡ଼ାକ୍ତରଖାନାର ଡ଼ାକ୍ତର ଦିଲ୍ଲୀପ କୁମାର ନାୟକ ଉଭୟେ ଦୁଇ ଡୋଜ୍ କୋଭିଡ଼୍ ଟୀକା ନେଇ ସାରିଥିଲେ ।
ଅନ୍ୟପକ୍ଷରେ ଆଜି ସୁଦ୍ଧା ସୋରଡ଼ା ସହରରେ କୌଣସି କୋଭିଡ଼୍ କେୟାର ସେଂଟର ଖୋଲାଯାଇନାହିଁ । ପ୍ରବାସୀ ମାନେ ଆସୁଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ସେହିପରି ଛତ୍ରପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ପରିଦର୍ଶିକା ଶ୍ରୀମତୀ ଲକ୍ଷ୍ମୀ ସାବତ ମଧ୍ୟ ଦୁଇଟି କରୋନା ଟୀକା ନେବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।