
ଗଞ୍ଜାମ,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ହୁମ୍ମା ଆବାସିକ ବିଦ୍ୟାଳୟରେ ଖୋଲାଯାଇଥିବା କୋଭିଡ଼୍ ଡ଼ାକ୍ତରଖାନା ପରିଦର୍ଶନ କରିଛନ୍ତି । ୨୦୦ ଶଯ୍ୟା ବିଶିଷ୍ଟ ଏହି ଡ଼ାକ୍ତରଖାନାରେ ପ୍ରଥମ ପର୍ଯ୍ୟାୟରେ ୬୦ ଟି ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ପରବର୍ତି ପରିସ୍ଥିତି ଦେଖି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି । ଏଥିସହ ଏଠାରେ ଅକ୍ସିଜେନ ସୁବିଧା ମଧ୍ୟ ରହିବ । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜାମ ବିଡ଼ିଓ ବିଶ୍ୱଜିତ୍ ରାୟ, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଉପସ୍ଥିତ ଥିଲେ ।