
ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୬୯୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୭୫୭୨୧ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୫୭୭୧୦ ରହିଛି ।ଆଜି ଚିହ୍ନଟ ହୋଇଥିବା ୬୯୯୮ ଜଣଙ୍କ ମଧ୍ୟରୁ ୪୦୫୪ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୯୪୪ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୯୧୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୯୭ ଜଣ, ବରଗଡ଼ରୁ ୩୩୦ ଜଣ, ଭଦ୍ରକରୁ ୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୨୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲାରୁ ୬୫, କଟକରୁ ୫୧୭ ଜଣ, ଦେବଗଡ ଜିଲ୍ଲାରୁ ୭୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୨ ଜଣ, ଗଜପତି ଜିଲ୍ଲାରୁ ୧୨୧, ଗଞ୍ଜାମରୁ ୧୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୦୪ ଜଣ, ଯାଜପୁରରୁ ୨୨୬ ଜଣ, ଝାରସୁଗୁଡ଼ାରୁ ୩୯୬ ଜଣ, କଳାହାଣ୍ଡିରୁ ୨୯୨ ଜଣ, କନ୍ଧମାଳ ଜିଲ୍ଲାରୁ ୪୫ ଜଣ. କେନ୍ଦ୍ରାପଡ଼ାରୁ ୭୭ ଜଣ, କେନ୍ଦୁଝରରୁ ୧୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୯୧୯ ଜଣ, କୋରାପୁଟରୁ ୫୭ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୩୦୮ ଜଣ, ନବରଙ୍ଗପୁରରୁ ୨୫୫ ଜଣ, ନୟାଗଡ଼ରୁ ୧୨୧ ଜଣ, ନୂଆପଡ଼ାରୁ ୪୨୦ ଜଣ, ପୁରୀରୁ ୨୮୮ ଜଣ, ରାୟଗଡ଼ାରୁ ୧୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୩୨୩ ଜଣ, ସୋନପୁରରୁ ୧୩୧ ଜଣ, ସୁନ୍ଦରଗଡ଼ରୁ ୪୭୪ ଜଣ ଓ ଷ୍ଟେଟ୍ ପୁଲରୁ ୧୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।