
ବେଲଗୁଣ୍ଠା, କ୍ଷତ୍ରିୟବରପୁର ସ୍ଥିତ ବାଘୁଆ ପାହାଡ ଉପରେ ଅବସ୍ଥିତ ମାଆ ଉତ୍ତରାୟଣୀଙ୍କର ବାର୍ଷିକ ପୂଜା ଏବଂ ହୋମ ଆଜି ମନ୍ଦିର ପରିସରରେ ନିରାଡମ୍ବର ଭାବରେ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ପ୍ରତି ତିନି ବର୍ଷରେ ଥରେ ମାଆଙ୍କ ଯାତ୍ରା କ୍ଷତ୍ରିୟବରପୁର ମୂଖ୍ୟ ସଡକରେ ଧୁମଧାମରେରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ କରୋନା ମହାମାରୀର ଭୟାବହତା ଏବଂ କଟକଣା ଯୋଗୁଁ ଯାତ୍ରାକୁ ବାତିଲ କରାଯାଇ କେବଳ ନିରାଡମ୍ବର ପୁଜା ଏବଂ ହୋମ କରାଯାଇଛି I ମନ୍ଦିର ମଧ୍ୟରେ ମାଆଙ୍କ ପୂଜାର୍ଚ୍ଚନା ସରିଲା ପରେ ବିଧିମୁତାବକ କେବଳ ପୂଜକ ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ମାଆଙ୍କର ନଗର ଭ୍ରମଣ କାର୍ଯ୍ୟକ୍ରମ ସମାପନ ହୋଇଥିଲା I କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିବା ସହିତ କୋଭିଡ କଟକଣା ଭିତରେ ସମସ୍ତ କାର୍ଯ୍ୟ କରିଥିଲେ I
ରିପୋର୍ଟ-ଶିବରାମଚୌଧୁରୀ