-
ଶବ ସତ୍କାର ପାଇଁ ନୀଳକଣ୍ଠେଶ୍ଵର ମଶାଣି ଠାରେ ହେଲ୍ପ ଡେସ୍କ ଖୋଲିଲା.
ଏହିପରି ଅନୁରୂପ ଭାବେ ଦ୍ଵିତୀୟ ଲହରର ଚଳିତ ବର୍ଷ ଓଡିଶା ମୋ ପରିବାର ପକ୍ଷରୁ ଆଜି ଶ୍ରୀ ପଣ୍ଡାଙ୍କ ତତ୍ୱାବଧାନରେ ସ୍ଥାନୀୟ ନୀଳକଣ୍ଠେଶ୍ଵର ମଶାଣି ପଡିଶା ରେ ଆଜିଠାରୁ ଏକ ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି l କୋରାନରେ ମୃତ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଶାଇ ଶବ ସତ୍କାର ସକାଶେ ମୋ ପରିବାର ସଦସ୍ୟ ମାନେ ମୃତକଙ୍କ ଅନ୍ତ୍ୟଷ୍ଟିକ୍ରିୟାରେ ସହଯୋଗ କରିବେ l କୋଭିଡ ର ସମସ୍ତ ନିୟମ କାନୁନ ଏବଂ ସତର୍କତା ଅବଲମ୍ବନ କରି ମୃତକଙ୍କ ପରିବାରକୁ ମୋ ପରିବାର ପକ୍ଷରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି l
ଏହି ହେଲ୍ପଡେସ୍କ ସେବାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ସୁବାସ ମହାରଣା, ବିଜୟ ସାମଲ, ଅଜିତ୍ ପଣ୍ଡା, ସଂଘମିତ୍ରା ଦଳାଇ, ମମତା ବିଷୋୟୀ,କେ ମାଧବୀ, ସୋନାଲି ଗନ୍ତାୟତ, ଏମ୍. ତେଜେଶ୍ୱର୍ ସ୍ବାମୀ, ଚିତ୍ରସେନ ମହାପାତ୍ର, କୈଳାସ ବିଷୋୟୀ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଜଗନ୍ନାଥ ସାବତ ଓ ରାକେଶ ସାହୁ
ଉପସ୍ଥିତ ଥିଲେ l