
କେନ୍ଦୁଝର, କୋଭିଡ଼୍ କଟକଣା ଉଲ୍ଲଙ୍ଘନ କରିଥିବା କାରଣରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଘଷିପୁରା ଓ ସଇଲଙ୍ଗ ବଜାରରେ ଥିବା ୬ଟି ଦୋକାନକୁ ସିଲ୍ କରିଛି ଆନନ୍ଦପୁର ସ୍ପେଶାଲ ସ୍କ୍ୱାଡ୍ । ଆଗାମି ଦିନରେ ମଧ୍ୟ କଟକଣା ଉଲ୍ଲଙ୍ଘନକାରୀଙ୍କ ଉପରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।