ଭୁବନେଶ୍ୱର,ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲେଖକ, ପଦ୍ମଭୂଷଣ ଡଃ ମନୋଜ ଦାସଙ୍କ ବିୟୋଗରେ ସିପିଆଇର ଓଡ଼ିଶା ରାଜ୍ୟ ପରିଷଦ ଗଭୀର ଶୋକ ପ୍ରକାଶ କରୁଛି ।
ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ ସେ ଥିଲେ ଛାତ୍ର ଜୀବନରେ ଆନ୍ତର୍ଜାତୀୟ ସ୍ତରରେ ଛାତ୍ରସଂଘକୁ ପ୍ରତିନିଧିତ୍ୱ କରିଥିବା ଛାତ୍ରନେତା ଏବଂ ପରବର୍ତୀ ସମୟରେ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ପର୍ଦ୍ଧିତ ସ୍ୱର ।ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଆକାଶରୁ ଏକ ଉଜ୍ଜ୍ୱଳ ନକ୍ଷତ୍ର ଅସ୍ତମିତ ହୋଇଗଲା ଏବଂ ଉତ୍କଳ ଜନନୀ ଜଣେ ବିଶିଷ୍ଟ ଚିନ୍ତାନାୟକ ଓ ମହାନ୍ ସାରସ୍ୱତ ସାଧକଙ୍କୁ ହରାଇଲା । ଓଡ଼ିଶା ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି ।