
ବେଲଗୁଣ୍ଠା, ବେଲଗୁଣ୍ଠା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ବେଲଗୁଣ୍ଠା ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ବର୍ତ୍ତମାନ କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀ ସ୍ୱାର୍ଥ ଦୃଷ୍ଟିରୁ ଛାତ୍ର ଛାତ୍ରୀଙ୍କର ଏକ ବର୍ଷର ଟ୍ୟୁସନ୍ ଫି ଛାଡ଼ କରି ଅନ୍ୟ ଘରୋଇ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିଛି I ସୂଚନା ପ୍ରକାରେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ କରୋନାର ଭୟାବହତା ଲାଗି ରହିଥିବାରୁ ସରକାରୀ ନିର୍ଦ୍ଦେଶ ନାମା ପ୍ରକାରେ ବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଅନୁଷ୍ଠାନର ଗୁରୁଜୀ ଗୁରୁମା ମାନେ ଅକ୍ଳାନ୍ତ ପରିଶ୍ରମ କରି ପିଲାଙ୍କୁ ଅନଲାଇନ୍ ଶିକ୍ଷାଦାନ କାର୍ଯ୍ୟକ୍ରମ ଜାରି ରଖିଥିଲେ I ଯାହାର ଫଳ ସ୍ଵରୁପ ଚଳିତ ବର୍ଷ ଏହି ବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ତୃତୀୟ ଏବଂ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପାଇବା ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମଧ୍ୟ ନମ ଲେଖାଇବା ପାଇଁ ଯୋଗ୍ୟତା ହାସଲ କରିପାରିଛନ୍ତି I କିନ୍ତୁ କରୋନା ମହାମାରୀ ଯୋଗୁଁ ବହୁ ଅଭିଭାବକ ନିଜର ଜୀବିକା ହରାଇ ଥିବା ବେଳେ ଦୀର୍ଘ ଏକ ବର୍ଷ ହେବ ଆର୍ଥିକ ଅଭାବ ଅନଟନ ଭିତରେ ସେମାନେ ଭିଭିନ୍ନ ଘରୋଇ ବିଦ୍ୟାଳୟ ମାନଙ୍କରେ ପଢୁଥିବା ନିଜ ପୁଅ ଝିଅଙ୍କର ସ୍କୁଲ୍ ଫି କେମିତି ଦେବେ ସେନେଇ ଚି଼ନ୍ତିତ ହୋଇପଡ଼ିଛନ୍ତି I ଏହିଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସଭାପତି ମାଧବ ଚନ୍ଦ୍ର ଆପଟ, ସମ୍ପାଦକ ସୁଶାନ୍ତ କୁମାର ବେହେରା ଏବଂ ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଛାତରଛାତ୍ରୀ ଏବଂ ଅଭିଭାବକଙ୍କ ସ୍ୱାର୍ଥ ପାଇଁ ବିକଳ୍ପର ଅନୁସନ୍ଧାନ କରିଥିଲେ I ରବିବାର ସଭାପତି ଶ୍ରୀ ଆପଟଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବକ ସଂଘର ଏକ ଜରୁରୀ ବୈଠକର ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କର 2020/21 ଶିକ୍ଷାବର୍ଷ ପାଇଁ ଟ୍ୟୁସନ୍ ଫି ଛାଡ଼ କରିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା I ଏହି ପ୍ରରିପ୍ରେକ୍ଷୀରେ 2020/21 ଶିକ୍ଷାବର୍ଷରେ ବିଦ୍ୟାଳୟରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁ୍ଥିବା ସମସ୍ତ 299 ଜଣ ଛାତ୍ରଛାତ୍ରୀଙ୍କର ମୋଟ (12,21,840 ) ବର ଲକ୍ଷ ଏକୋ ଇଶ ହଜାର ଆଠସହ ଚାଳିଶ ଟଙ୍କା ଟ୍ୟୁସନ୍ ଫି ଛାଡ଼ କରାଯାଇ ଅଛି I ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିରେ ଅଭିଭାବକମାନେ ଆଶ୍ଵସ୍ତି ଲାଭ କରିବା ସହିତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO