କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶ୍ରୀ ଶ୍ରୀ ରାଧାକାନ୍ତ ମଠ,ବାଲିସାହି ପୁରୀ ସ୍ଥିତ ଗମ୍ଭୀରା ଗାଦିରେ ୨୦ତମ ମହନ୍ତ ରୂପେ ପୂଜ୍ୟ ପୀଠାଧିଶ୍ୱର ମହନ୍ତ ଶ୍ରୀ କୃଷ୍ଣ ଗୋପାଳ ଦାସ ଗୋସ୍ୱାମୀ ମହାରାଜ ଅବସ୍ଥାପିତ ହେଲେ |ଏହି କାର୍ଯ୍ୟ ପୁରୀ ସ୍ଥିତ ଚତୁଃ ସମ୍ପ୍ରଦାୟ ସଭାପତି ମହନ୍ତ ରାମ ଚରଣ ଦାସ ମହାରାଜ ମାଧ୍ୟେ ଗୌରଶ୍ୱର ବୈଷ୍ଣବ ସଙ୍ଘ ସଭାପତି ମହନ୍ତ ଶ୍ରୀ ସୁବଳ ଚରଣ ଦାସ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ତିନି ଆଖଡ଼ା ମହନ୍ତ, ସନ୍ଥ ଶ୍ରୀମନ୍ଦିର ସେବାୟତ ଅଞ୍ଚଳ ବାସୀ ଯୋଗଦାନ କରି କରୋନା ନିୟମ ଅନୁଯାୟୀ ଉକ୍ତ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ |ମୁଖ୍ୟତଃ ଦିଗାମ୍ବରି ଆଖଡ଼ା, ନିର୍ବାଣି ଆଖଡ଼ା ଓ ନିମ୍ରୋୟୀ ଆଖଡ଼ା ଯୋଗଦାନ କରିଥିଲେ |
ପୁରୀସ୍ଥିତ ନିତ୍ୟାନନ୍ଦ ମହାପ୍ରଭୁ ଙ୍କ ବଂଶଜ ଦେବାଶିଷ ଗୋସ୍ୱାମୀ ଓ ସିଦ୍ଧବକୁଳ ମଠର ମହନ୍ତ ଶ୍ରୀନିବାସ ଦାସ ଗୋସ୍ୱାମୀ ଶାଟିକା ପ୍ରଦାନ କଲେ |ତତ ପରେ ବଳରାମ କୋଟର ମହନ୍ତ ଶ୍ରୀ ରଘୁବୀର ଦାସ, ମଣିରାମ ମଠର ଅଭିରାମ ଦାସ, ଆଠଗଡ ର ଶ୍ରୀ ମହନ୍ତ ସୁଦର୍ଶନ ଦାସ, କଣାସ ମଠର ମହନ୍ତ ପୂର୍ଣ୍ଣଚନ୍ଦ୍ର ଦାସ, ବାଲାଜୀ ମଠର ମହନ୍ତ ଶ୍ରୀ ସଚ୍ଚିଦାନନ୍ଦ ଦାସ, ମହନ୍ତ ଶ୍ୟାମସୁନ୍ଦର ଦାସ, ମହନ୍ତ ଶ୍ରୀ ବେଣୁ ଗୋପାଳ ଦାସ, ମହନ୍ତ କୃଷ୍ଣ ଚରଣ ଦାସ, ସ୍ୱାମୀ ଭାସ୍କର ତୀର୍ଥ ଭୁବନେଶ୍ୱର ରୁ ଗୁରୁ ଗୌରାଙ୍ଗ ଦାସ, ମହନ୍ତ ମୁରଲୀ ଧର ଦାସ, ମହନ୍ତ ହରିଚରଣ ଦାସ, ପଣ୍ଡିତ ମଳୟ ମିଶ୍ର, ରାଧା ବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ, ମହନ୍ତ ଶ୍ରୀ କୃଷ୍ଣ ଦାସ, ମହନ୍ତ ଶ୍ରୀ ଲଡ଼ୁଗୋପାଳ ଦାସ, ମହନ୍ତ ପ୍ରେମାନନ୍ଦ ଦାସ, ନାଗା ମଠ ମହନ୍ତ ବୈଷ୍ଣବ ଚରଣ ଦାସ,ମହନ୍ତ ପୂର୍ଣ୍ଣ ନନ୍ଦ ଦାସ, ରାମଜୀ ମଠ ବିଶ୍ୱମ୍ବର ଦାସ, ନନ୍ଦିନୀ ମଠ ଗୌର ଗୋପାଳ ଦାସ, ଯଶୋଦା ନନ୍ଦନ ଦାସ ଯୋଗଦାନ କରିଥିଲେ |
ବୃନ୍ଦାବନ ରୁ ଶ୍ରୀ ମହନ୍ତ ମଦନ ଗୋପାଳ ଦାସ, ଶ୍ରୀ ମହନ୍ତ ସତ୍ୟ ହରି ଦାସ, ଶ୍ରୀ କୃଷ୍ଣ ଚୈତନ୍ୟ ଦାସ, ପୁରୀସ୍ଥିତ ସାନ ମଠର ଶ୍ରୀ ମହନ୍ତ ବୈଷ୍ଣବ ଚରଣ ଦାସ, ରାଣୀ ମଠର ଶ୍ରୀ ମହନ୍ତ କମଳା କାନ୍ତ ଦାସ ଓ ମଠର ସମସ୍ତ କର୍ମଚାରୀ ଓ ସଦସ୍ୟ ବୃନ୍ଦ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |