
ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୬୧୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୭୪୫୭ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୫୯୪୬୭ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୪୫୯୪୯ ରହିଛି । ଆଜି ଚିହ୍ନଟ ହୋଇଥିବା ୬୧୧୬ ଜଣଙ୍କ ମଧ୍ୟରୁ ୩୫୪୬ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୫୭୦ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୮୭୫ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୨ ଜଣ, ବରଗଡ଼ରୁ ୨୬୨ ଜଣ, ଭଦ୍ରକରୁ ୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୧୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୩୨, କଟକରୁ ୩୪୩ ଜଣ, ଦେବଗଡ ଜିଲ୍ଲାରୁ ୩୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୦୮ ଜଣ, ଗଜପତି ଜିଲ୍ଲାରୁ ୭୮, ଗଞ୍ଜାମରୁ ୧୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୭୩ ଜଣ, ଯାଜପୁରରୁ ୩୨୪ ଜଣ, ଝାରସୁଗୁଡ଼ାରୁ ୨୫୪ ଜଣ, କଳାହାଣ୍ଡିରୁ ୩୨୧ ଜଣ, କନ୍ଧମାଳ ଜିଲ୍ଲାରୁ ୩୬ ଜଣ. କେନ୍ଦ୍ରାପଡ଼ାରୁ ୪୬ ଜଣ, କେନ୍ଦୁଝରରୁ ୧୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୮୭୫ ଜଣ, କୋରାପୁଟରୁ ୭୧ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୫୮ ଜଣ, ନବରଙ୍ଗପୁରରୁ ୩୧୮ ଜଣ, ନୟାଗଡ଼ରୁ ୯୯ ଜଣ, ନୂଆପଡ଼ାରୁ ୪୩୦ ଜଣ, ପୁରୀରୁ ୧୮୦ ଜଣ, ରାୟଗଡ଼ାରୁ ୧୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୨୮୦ ଜଣ, ସୋନପୁରରୁ ୦୮ ଜଣ, ସୁନ୍ଦରଗଡ଼ରୁ ୭୮୫ ଜଣ ଓ ଷ୍ଟେଟ୍ ପୁଲରୁ ୧୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।