ଗଞ୍ଜାମ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଚଂଳ ଗୋପବନ୍ଧୁ ମାର୍ଗ (କେଉଟ ସାହି, ଥାନା ତୋଟା ସାହି) ରୁ ୧୫ରୁ ଉର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଂଚଳକୁ ମିନି କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ତେବେ ନିଷିଦ୍ଧାଚଂଳରେ କେବଳ ଔଷଧ ଦୋକାନ ହିଁ ଖୋଲା ରହିବ ବୋଲି ସୂଚନା ମିଳିଛି । ଉଭୟ ସାହିର ପ୍ରବେଶ ପଥରେ ବ୍ୟାରିକେଡ କରାଯାଇଛି । କରୋନାର ଦ୍ୱିତୀୟ ଲହରରେ ବର୍ତମାନ ସୁଦ୍ଧା ହିଞ୍ଜିଳି ପୌରାଚଂଳ ଓ ବ୍ଲକ୍ ଅଂଚଳରୁ ୫୦ ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି । ସେହିପରି ଗଞ୍ଜାମ ଜିଲ୍ଲାରେ ଆଜି ନୂଆ ୧୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।