
ଗଞ୍ଜାମ, ବିନା ଅସ୍ତ୍ର ସାଜସଜ୍ଜାରେ ଶେରଗଡ ସିଡିପିଓ ବିଜୟଲକ୍ଷ୍ମୀ ନିଶଙ୍କ ଅଙ୍ଗନବାଡିକର୍ମୀ ମାନଙ୍କୁ କରୋନା ଭଳି ମହାମାରୀ ବିରୁଦ୍ଧରେ ଲଢିବାକୁ ମୃତ୍ୟୁ ମୁଖକୁ ଠେଲିବାକୁ ଉଦ୍ୟମ କରିଛନ୍ତି । ଅଙ୍ଗନବାଡି କର୍ମୀ ମାନେ ଘରକୁ ଘର ବୁଲି କରୋନା ସର୍ଭେ କରିଯିବା ପୂର୍ବରୁ ସେମାନଙ୍କୁ ସିଡିପିଓ ସାନିଟାଇଜର, ମାସ୍କ, ଗ୍ଲୋବ, ପିପିଇ କିଟ, ଅକ୍ସିମିଟର ଓ ଥର୍ମାଲ ଯନ୍ତ୍ରପାତି ଓ ଆବଶ୍ୟକୀୟ ଫର୍ମ କାଗଜପତ୍ର ନ ଯୋଗାଇ କାମ କରିବାକୁ ବାଧ୍ୟ କରୁଛନ୍ତି । ତାହାହେଲେ କେଉଁ ଭରସାରେ କର୍ମୀ ମାନେ ଫିଲ୍ଡରେ କରୋନା ପାଇଁ କାମ କରିବେ ? ସିଡିପିଓ ଏଥିପାଇଁ ଗୁରୁତ୍ୱ ନଦେଇ ବଦଳି ହେବା ପୂର୍ବରୁ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀ ମାନଙ୍କୁ କଇଫିଏତ ତଲବ ନୋଟିସ୍ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିବା ରୁଜିଲାର ଅଙ୍ଗନବାଡିକର୍ମୀ ମାନଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏଥିପାଇଁ ଗଞ୍ଜାମ ଜିଲାର ସମସ୍ତ ଅଙ୍ଗନବାଡିକର୍ମୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଫଳରେ କରୋନା କାର୍ଯ୍ୟରେ ବ୍ୟାପକ ଅବ୍ୟବସ୍ଥା ଦେଖାଯିବାର ସମ୍ଭାବନା ସୃଷ୍ଟି ହୋଇଛି । ତୁରନ୍ତ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ହସ୍ତକ୍ଷେପ କରି ଘଟଣାର ସମାଧାନ କରିବା ପାଇଁ ଉଦ୍ୟମ କରିବା ସହ ଶେରଗଡ ବ୍ଲକର ସମସ୍ତ ଅଙ୍ଗନବାଡିକର୍ମୀଙ୍କୁ ଦିଆଯାଇଥିବା କଇଫିଏତ ନୋଟିସ୍ ପ୍ରତ୍ୟାହାର କରି ଅବସ୍ଥା ଆୟତ୍ତାଧିନ କରିବାକୁ ସାଧାରଣରେ ଦାବି ହେଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO