
ବେଲଗୁଣ୍ଠା, ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଙ୍ଗନୱାଡ଼ି କର୍ମୀଙ୍କ ଦାବିକୁ ପ୍ରଶାସନ କର୍ଣ୍ଣପାତ ନ କରିବା ଫଳରେ ଗାଙ୍ଗପୁର ସେକ୍ଟରର ଅଙ୍ଗନୱାଡ଼ି କର୍ମୀ ମାନେ କରୋନାର ଦ୍ୱିତୀୟ ଲହରୀରେ କରୋନା ସମ୍ଵନ୍ଧୀୟ କାର୍ଯ୍ୟ ନକରିବା ସହିତ ଆସିଥିବା କୋଭିଡ-19 ଆଦେଶ ପାତ୍ରକୁ ପ୍ରତ୍ୟାହୃତ କରିବା ପାଇଁ ଦାବି କରିଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ବଡ଼ବୋର୍ସିଂ ପଞ୍ଚାୟତର ଡିମିରିପଲ୍ଲୀ ଗ୍ରାମର ଅଙ୍ଗନୱାଡ଼ି କର୍ମି ପ୍ରିୟଙ୍କା ପ୍ରଧାନ କରୋନାର ପ୍ରଥମ ଲହରୀ ରେ କାର୍ଯ୍ୟରତ ସମୟରେ କରୋନା ଆକ୍ରାନ୍ତ ହୋଇ ମୃତ୍ଯୁ ବରଣ କରିଥିଲେ I ଶ୍ରୀମତୀ ପ୍ରଧାନଙ୍କ ମୃତ୍ୟୁ ପରେ ତାଙ୍କର ଦୁଇଟି ଛୋଟ ଝିଅ ଅନାଥ ଭାବରେ ଦିନ କାଟୁଛନ୍ତି I କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଯେ ଆଜି ପର୍ଯ୍ୟନ୍ତ୍ ମୃତ ପ୍ରିୟଙ୍କାଙ୍କୁ ପ୍ରଶାସନ ତରଫରୁ କରୋନା ଯୋଦ୍ଧା ଘୋଷଣା କରାଯାଇ ନାହିଁ କିମ୍ବା ତାଙ୍କ୍ ପରିବାରକୁ କୌଣସି ବୀମା ରାଶି ଯୋଗାଇ ଦିଆନଯିବା ଘଟଣା ଅଙ୍ଗନୱାଡ଼ି କର୍ମୀ ମହଲରେ ଅସନ୍ତୋଷ ଜାଗ୍ରତ କରିଛି I
କରୋନା ପ୍ରଭାବରେ ମୃତ୍ୟୁ ବରଣ କରିଥିବା ବ୍ଳକ୍ ର ସରପଞ୍ଚ ଏବଂ ବ୍ଳକ୍ କର୍ମଚାରୀଙ୍କୁ ପ୍ରଶାସନ ତରଫରୁ କରୋନା ଯୋଦ୍ଧା ଘୋଷଣା କରାଯିବା ସହ 50 ଲକ୍ଷ ଟଙ୍କାର ବୀମା ରାଶି ଯୋଗାଇଦିଆଯାଇଥିବା ବେଳେ ଅଙ୍ଗନୱାଡ଼ି କର୍ମୀଙ୍କ ପରିବାର ପ୍ରତି ପ୍ରଶାସନ ଆଖି ବୁଜିଦେବା ଘଟଣା ଅଙ୍ଗନୱାଡ଼ି କର୍ମୀଙ୍କୁ ଆଶ୍ଚର୍ଯ୍ୟ କରିଛି I ଏହୀ ଘଟଣା ନେଇ ବେଲଗୁଣ୍ଠା ଅଙ୍ଗନୱାଡ଼ି କର୍ମୀ ସଂଘ ତରଫରୁ କିଛି ଦୀନ ତଳେ ସିଡିପିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା I ଏହି ଦାବିପତ୍ରରେ ମୃତ କର୍ମୀଙ୍କ ପରିବାରକୁ ସହାୟତା ରାଶି ଯୋଗାଇଦିଆଯିବା ସହିତ ଅନ୍ୟାନ୍ୟ ଅଙ୍ଗନୱାଡି କର୍ମୀଙ୍କୁ ସମସ୍ତ ପ୍ରକାର ସ୍ଵାସ୍ଥ୍ୟ ସମ୍ଵନ୍ଧୀୟ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଉଲ୍ଲେଖ ରହିଥିଲା I କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଆଜି ଠାରୁ ସଂଘ ତରଫରୁ ସମସ୍ତ କୋଭିଡ କାର୍ଯ୍ୟକୁ ବର୍ଜନ କରାଯିବ ବୋଲି ସଭାନେତ୍ରୀ କବିତା କୁମାରୀ ସହୁ ପ୍ରକାଶ କରିଛନ୍ତି I ସୂଚନା ଠକି ଗତ 20 ତାରିଖରେ ଅଙ୍ଗନୱାଡ଼ି କର୍ମୀ ମାନେ ବାଧ୍ୟ ବାଧକତା ରେ କୋଭିଡ_19 ଆଦେଶ ପାତ୍ର ଗ୍ରହଣ କରିଥିବା ବେଳେ କୌଣସୀ ପ୍ରକାର ତାଲିମ୍ ନଦେଇ ଏବଂ ମୋବାଇଲ୍ ନଦେଇ ଜନ ସେବା କେନ୍ଦ୍ରକୁ ଯାଇ ତଥ୍ୟା ଅପଲୋଡ଼ କରିବାକୁ ବାଧ୍ୟ କରାଯିବା ସହିତ ଏହୀ କାର୍ଯ୍ୟ ନକଲେ ସେମାନଙ୍କ ଦରମା ବନ୍ଦ କରିଦିଆଯିବ ବୋଲି ଧମକ୍ ଦିଆଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO