

କରୋନା ପ୍ରଭାବରେ ମୃତ୍ୟୁ ବରଣ କରିଥିବା ବ୍ଳକ୍ ର ସରପଞ୍ଚ ଏବଂ ବ୍ଳକ୍ କର୍ମଚାରୀଙ୍କୁ ପ୍ରଶାସନ ତରଫରୁ କରୋନା ଯୋଦ୍ଧା ଘୋଷଣା କରାଯିବା ସହ 50 ଲକ୍ଷ ଟଙ୍କାର ବୀମା ରାଶି ଯୋଗାଇଦିଆଯାଇଥିବା ବେଳେ ଅଙ୍ଗନୱାଡ଼ି କର୍ମୀଙ୍କ ପରିବାର ପ୍ରତି ପ୍ରଶାସନ ଆଖି ବୁଜିଦେବା ଘଟଣା ଅଙ୍ଗନୱାଡ଼ି କର୍ମୀଙ୍କୁ ଆଶ୍ଚର୍ଯ୍ୟ କରିଛି I ଏହୀ ଘଟଣା ନେଇ ବେଲଗୁଣ୍ଠା ଅଙ୍ଗନୱାଡ଼ି କର୍ମୀ ସଂଘ ତରଫରୁ କିଛି ଦୀନ ତଳେ ସିଡିପିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା I ଏହି ଦାବିପତ୍ରରେ ମୃତ କର୍ମୀଙ୍କ ପରିବାରକୁ ସହାୟତା ରାଶି ଯୋଗାଇଦିଆଯିବା ସହିତ ଅନ୍ୟାନ୍ୟ ଅଙ୍ଗନୱାଡି କର୍ମୀଙ୍କୁ ସମସ୍ତ ପ୍ରକାର ସ୍ଵାସ୍ଥ୍ୟ ସମ୍ଵନ୍ଧୀୟ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଉଲ୍ଲେଖ ରହିଥିଲା I କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଆଜି ଠାରୁ ସଂଘ ତରଫରୁ ସମସ୍ତ କୋଭିଡ କାର୍ଯ୍ୟକୁ ବର୍ଜନ କରାଯିବ ବୋଲି ସଭାନେତ୍ରୀ କବିତା କୁମାରୀ ସହୁ ପ୍ରକାଶ କରିଛନ୍ତି I ସୂଚନା ଠକି ଗତ 20 ତାରିଖରେ ଅଙ୍ଗନୱାଡ଼ି କର୍ମୀ ମାନେ ବାଧ୍ୟ ବାଧକତା ରେ କୋଭିଡ_19 ଆଦେଶ ପାତ୍ର ଗ୍ରହଣ କରିଥିବା ବେଳେ କୌଣସୀ ପ୍ରକାର ତାଲିମ୍ ନଦେଇ ଏବଂ ମୋବାଇଲ୍ ନଦେଇ ଜନ ସେବା କେନ୍ଦ୍ରକୁ ଯାଇ ତଥ୍ୟା ଅପଲୋଡ଼ କରିବାକୁ ବାଧ୍ୟ କରାଯିବା ସହିତ ଏହୀ କାର୍ଯ୍ୟ ନକଲେ ସେମାନଙ୍କ ଦରମା ବନ୍ଦ କରିଦିଆଯିବ ବୋଲି ଧମକ୍ ଦିଆଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ